ମା' ଭଟ୍ଟାରିକାଙ୍କ ପୀଠରେ ବନ୍ୟା ପାଣି
🚨 #ମା_ଭଟ୍ଟାରିକାଙ୍କ_ଗର୍ଭଗୃହରେ_ପଶିଲା_ବନ୍ୟା_ପାଣି ! ସ୍ଥାନାନ୍ତର ହେଲେ ମା' 🙏🌊
କଟକ ଜିଲ୍ଲା ବଡ଼ମ୍ବା ଅଞ୍ଚଳରେ ବନ୍ୟା ପରିସ୍ଥିତି ଗମ୍ଭୀର ରୂପ ନେଇଥିବା ବେଳେ ପ୍ରସିଦ୍ଧ ମା' ଭଟ୍ଟାରିକାଙ୍କ ପୀଠରେ ବନ୍ୟା ପାଣି ପ୍ରବେଶ କରିଛି।
ମହାନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ମନ୍ଦିରର ଗର୍ଭଗୃହରେ ପାଣି ପଶିବା ପରେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଗତକାଲି ରାତି ପ୍ରାୟ ୩ଟା ସମୟରେ ମା'ଙ୍କୁ ଗର୍ଭଗୃହରୁ ସ୍ଥାନାନ୍ତର କରାଯାଇ ମନ୍ଦିରର ରୋଷଘରକୁ ଅସ୍ଥାୟୀ ଭାବେ ନିଆଯାଇଛି।
ପରିସ୍ଥିତି ଜଟିଳ ଥିଲେ ମଧ୍ୟ ମା'ଙ୍କ ସମସ୍ତ ନୀତିକାନ୍ତି ଓ ପୂଜାବିଧି ନିୟମ ଅନୁଯାୟୀ ଜାରି ରହିଛି। ପୂଜକମାନେ ମା'ଙ୍କ ସମସ୍ତ ପୂଜାର୍ଚ୍ଚନା ସୁଚାରୁ ଭାବେ ସମ୍ପାଦନ କରୁଥିବା ସୂଚନା ମିଳିଛି।
📍 ବଡ଼ମ୍ବା, କଟକ
📰 Newsodiaodisha
#MaaBhattarika #Flood #Badamba #Cuttack Mahanadi Newsodiaodisha