🚨 ବେକରେ ଛୁରୀ ଲଗାଇ ଘରୁ ଲୁଟ୍!
💰 ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସୁନା ଗହଣା, ନଗଦ ୨ ଲକ୍ଷ ଟଙ୍କା ଲୁଟ୍ ଅଭିଯୋଗ
ଢେଙ୍କାନାଳ, ନିହଲପ୍ରସାଦ: ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଅନ୍ତର୍ଗତ ବେଲମାଳିଆ ଗ୍ରାମରେ ଘଟିଛି ଦୁଃସାହସିକ ଲୁଟ୍ ଘଟଣା। ଭରତ ସେନାପତିଙ୍କ ଘରେ ପଶି ତାଙ୍କ ପତ୍ନୀ ଦିପ୍ତିମୟୀ ସେନାପତିଙ୍କ ବେକରେ ଛୁରୀ ଲଗାଇ ଦୁର୍ବୃତ୍ତମାନେ ସୁନା ଗହଣା ଓ ନଗଦ ୨ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି।
ସୂଚନା ଅନୁସାରେ, ଘରେ ପୁରୁଷ ସଦସ୍ୟ ଅନୁପସ୍ଥିତ ଥିବା ସମୟରେ ଘରେ ମା’ ସୁମିତ୍ରା ସେନାପତି, ସାନବୋହୁ ଦିପ୍ତିମୟୀ ସେନାପତି ଓ ଭଣଜା ପପୁ ସେନାପତି ଉପସ୍ଥିତ ଥିଲେ। ବିଳମ୍ବିତ ରାତିରେ ଘର ପଛପଟ ଗେଟ୍ ଦେଇ ୬ ଜଣ ଦୁର୍ବୃତ୍ତ ପ୍ରବେଶ କରିଥିବା ପରିବାର ପକ୍ଷରୁ କୁହାଯାଇଛି।
ପ୍ରଥମେ ଦୁଇ ମହିଳାଙ୍କୁ କାବୁ କରି ରୋଷେଇ ଘରେ ବନ୍ଦ କରିଥିଲେ। ପରେ ଉପର ଘରେ ଥିବା ପପୁଙ୍କ ବେକରେ ମାରଣାସ୍ତ୍ର ଲଗାଇ ତାଙ୍କୁ ମଧ୍ୟ ରୋଷେଇ ଘରେ ବନ୍ଦ କରିଦେଇଥିଲେ। ଏହାପରେ ଶୋଇବା ଘରେ ଥିବା ଆଲମାରୀ ଭାଙ୍ଗି ସୁନା ଗହଣା ଓ ନଗଦ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି।
ଘଟଣାସ୍ଥଳରେ ଦୁର୍ବୃତ୍ତମାନେ ଗୋଟ�
Dhenkanal Sadar, Dhenkanal | Sep 30, 2026