ବୌଦ୍ଧ ଜିଲ୍ଲାରୁ ଦୁଃଖଦ ଖବର: ପୂର୍ବତନ ସରପଞ୍ଚ ତଥା ବିଶିଷ୍ଟ ସମାଜସେବୀ କ୍ଷୀରାର୍ଣ୍ଣବ କର୍ଣ୍ଣଙ୍କ ପରଲୋକ
ବୌଦ୍ଧ: ବୌଦ୍ଧ ଜିଲ୍ଲା ଅମ୍ବାଝରି ପଞ୍ଚାୟତର ଜଣେ ସମ୍ମାନନୀୟ ବ୍ୟକ୍ତିତ୍ୱ, ବିଶିଷ୍ଟ ସମାଜସେବୀ ତଥା ପୂର୍ବତନ ସରପଞ୍ଚ ଶ୍ରୀ କ୍ଷୀରାର୍ଣ୍ଣବ କର୍ଣ୍ଣଙ୍କର ପରଲୋକ ଘଟିଛି। ତାଙ୍କ ବିୟୋଗରେ ସମଗ୍ର ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି।
ତିନି ତିନି ଥର ସରପଞ୍ଚ ଭାବେ ନିର୍ବାଚିତ ହୋଇ ପଞ୍ଚାୟତର ବିକାଶ ଓ ଜନସେବାରେ ନିଜକୁ ସମର୍ପିତ କରିଥିଲେ।
ଆମ୍ବଝରୀ ଗ୍ରାମରେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ସେ ନିଜର ମୂଲ୍ୟବାନ ଜମି ଦାନ କରିଥିଲେ।
ତାଙ୍କର ଏଭଳି ତ୍ୟାଗ, ନିଷ୍ଠା ଓ ଜନହିତକର କାର୍ଯ୍ୟ ଆଗାମୀ ପିଢ଼ି ପାଇଁ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ।
ଜ୍ୟେଷ୍ଠ ପୁତ୍ର ସୁମନ୍ତ କୁମାର କର୍ଣ୍ଣ ମୁଖାଗ୍ନି ପ୍ରଦାନ କରି ଶେଷକୃତ୍ୟ ସମ୍ପନ୍ନ କରିଛନ୍ତି। ସ୍ୱର୍ଗତ ଆତ୍ମାର ଅମର ସଦ୍ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଉଛୁ। ଓଁ ଶାନ୍ତି...
#KheerarnavKarna #BouddhaNews #Ambhajhari #OdishaNews #Bouddha #Tribute #RIP