
SMS News Bureau Fertilizer Township
ସାରନଗରୀ ଫାୟାର ଫାଇଟିଙ୍ଗ କଲୋନୀ ଉଚ୍ଛେଦ ପ୍ରସଙ୍ଗ
ପ୍ରଥମେ ଥଇଥାନ କର ପରେ ଉଚ୍ଛେଦ କର - ବିଧାୟକ ଶ୍ରୀ ଦୁର୍ଗା ତନ୍ତୀ
ରାଉରକେଲା : ରଘୁନାଥପାଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଥିବା ସେକ୍ଟର-୨୨(ଦକ୍ଷିଣ ରାଉରକେଲା) ସାରନଗରୀ ଅଞ୍ଚଳରେ ଥିବା ଫାୟାର ଫାଇଟିଙ୍ଗ କଲୋନୀରେ ରହୁଥିବା ଶତାଧିକ ପରିବାରଙ୍କୁ ଆଗାମୀ ସାତଦିନ ମଧ୍ୟରେ ଘର ଖାଲି କରି ଅନ୍ୟତ୍ର ପଳାଇଯିବା ପାଇଁ ରାଉରକେଲା ଇସ୍ପାତ କାରଖାନାର ସହରସେବା ବିଭାଗ ପକ୍ଷରୁ ନୋଟିସ ଜାରି ହୋଇଥିବା ଜଣାପଡିଛି । ଏଠାରେ ସୂଚନାଯୋଗ୍ୟ କି ଏହି କଲୋନୀରେ ଥିବା ୮୦ରୁ ଉର୍ଦ୍ଧ୍ବ ବାସ ଗୃହରେ ରହୁଥିବା ଗରିବ ଖଟିଖିଆ ଦିବ ମଜୁରିଆ ଶ୍ରେଣୀର ଲୋକମାନେ ନିଜ ନିଜର ପରିବାରକୁ ନେଇ ଗତ ୪୦ ବର୍ଷରୁ ଉର୍ଦ୍ଧ୍ବ ସମୟ ହେବ ରହି ଆସୁଛନ୍ତି ।ବର୍ତ୍ତମାନ ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷଙ୍କ ଏହି ପଦକ୍ଷେପ ସେମାନେ କେଉଁଠି ରହିବେ କଜଣ କରିବେ ସେ ସମ୍ବନ୍ଧରେ ଭାବି ଚିନ୍ତାରେ ପଡ଼ି ଯାଇଛନ୍ତି ।ତେବେ ଏହି ନୋଟିସ ସମ୍ବନ୍ଧରେ ଖବରପାଇବା ପରେ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ର ଅଧକ୍ଷ ଶ୍ରୀ ଦୁର୍ଗା ଚରଣ ତନ୍ତୀ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହିତ ଆଗକୁ ପାର୍ବଣର ମାସ ଥିବା ବେଳେ ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷଙ୍କ ଏଭଳି ପଦକ୍ଷେପ ଆଦୌ ଗ୍ରହଣୀୟ ନୁହେଁ ବୋଲି କହିବା ସହିତ ଉଚ୍ଛେଦ ପୂର୍ବରୁ ଉକ୍ତ କଲୋନୀ ବାସିନ୍ଦାଙ୍କୁ ପ୍ରଥମେ ଥଇଥାନ କରିବା ପାଇଁ ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଛନ୍ତି ।