#ଜମି_ବିବାଦରୁ_ହତ୍ୟା_୧୯_ବର୍ଷ_ପରେ_ଆସିଲା_କୋର୍ଟଙ୍କ_ରାୟ_୮_ଜଣଙ୍କୁ_ଆଜୀବନ_ଜେଲ୍! ll Charchatv
ଦୀର୍ଘ ୧୯ ବର୍ଷ ପରେ ଜମି ବିବାଦରୁ ହୋଇଥିବା ହତ୍ୟା ମାମଲାରେ ଆସିଛି କୋର୍ଟଙ୍କ ରାୟ। ୮ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଲେଖାଏଁ ଜୋରିମାନା ଆଦେଶ ଦେଇଛନ୍ତି ଉମରକୋଟ ଅତିରିକ୍ତ ଜିଲ୍ଲା ଦୌରାଜଜ୍। ଅନ୍ୟପଟେ ପ୍ରମାଣ ଅଭାବରୁ ଆଉ ଦୁଇ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ଅଦାଲତ। ୨୦୦୭ ମସିହାରେ ଘଟିଥିବା ଏହି ହତ୍ୟାକାଣ୍ଡର ରାୟକୁ ନେଇ ଚର୍ଚ୍ଚା।ଘଟଣାଟି ୨୮ ଅକ୍ଟୋବର ୨୦୦୭ ମସିହାର। ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଝାଲିଆଗୁଡ଼ା ଗ୍ରାମରେ ଘଟିଥିଲା ଏହି ହତ୍ୟାକାଣ୍ଡ। ଅଜବଲ ଭତ୍ରାଙ୍କ ଧାନ ଜମିରେ କିଛି ବ୍ୟକ୍ତି ପଶି ଅପରିପକ୍ୱ ଧାନ ଗଛ କାଟି ଦେଉଥିବା ଖବର ପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ଆରମ୍ଭ ହୋଇଥିଲା ତୀବ୍ର ବିବାଦ।ଅଭିଯୋଗ ଅନୁସାରେ, ଏହି ସମୟରେ ଅଭିଯୁକ୍ତମାନେ ବନ୍ଧୁକ, ଲାଠି, ଟାଙ୍ଗିଆ ଓ ବର୍ଚ୍ଛାରେ ଅଜବଲ ଭତ୍ରାଙ୍କ ପରିବାର ସଦସ୍ୟଙ୍କୁ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ରଘୁନାଥ ଭତ୍ରାଙ୍କ ମୃତ୍ୟୁ ହୋଇଥିଲା। ଘଟଣା ପରେ ଡାବୁଗାଁ ଥାନାରେ ମାମଲା ରୁଜୁ ହୋଇଥିଲା। ପୋଲିସ ତଦନ୍ତ କରି ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।
#CrimeNews #court #NotificationAlert #Hiring #newsfeed #charchatv #breakingnews #NewsUpdate #viralnews #police #investigation
Bhubaneswar M Corp, Khordha | Nov 21, 2026