କୃଷକ ମହାପଞ୍ଚାୟତରେ ମାନବସେବାର ନିଆରା ଉଦାହରଣ, ୨୩ ଜଣ କୃଷକ କଲେ ରକ୍ତଦାନ
ବରଗଡ଼: ଅନ୍ନଦାତାଙ୍କ ହାତରେ ରକ୍ତଦାନର ମହତ୍ କାର୍ଯ୍ୟ। ରାଜ୍ୟସ୍ତରୀୟ କୃଷକ ମହାପଞ୍ଚାୟତ ଅବସରରେ ସଂକଳ୍ପ ପରିବାର, ବରଗଡ଼ ପକ୍ଷରୁ ଆୟୋଜିତ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରେ ମୋଟ ୨୩ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି।
ଏହି ଶିବିରରେ ୨୩ ଜଣ କୃଷକ ଭାଇ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରି ସମାଜ ପାଇଁ ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। କୃଷକମାନେ କେବଳ ଦେଶବାସୀଙ୍କ ପାଇଁ ଅନ୍ନ ଉତ୍ପାଦନ କରନ୍ତି ନାହିଁ, ବରଂ ମାନବସେବା କ୍ଷେତ୍ରରେ ମଧ୍ୟ ନିଜର ଅମୂଲ୍ୟ ଅବଦାନ ରଖିପାରନ୍ତି ବୋଲି ଏହି ପଦକ୍ଷେପ ପ୍ରମାଣିତ କରିଛି।
ଶିବିରର ଶୁଭାରମ୍ଭ ରାଷ୍ଟ୍ରୀୟ କୃଷକ ନେତା ଶ୍ରୀ ରାକେଶ ଟିକାୟତ ମୁଖ୍ୟ ଅତିଥି ଭାବେ ଯୋଗଦେଇ କରିଥିଲେ। ସଂକଳ୍ପ ପରିବାରର ସଭାପତି ବିକାଶ ଅଗ୍ରୱାଲଙ୍କ ସମେତ ସୁରେନ୍ଦ୍ର ଭୁଏ, ରଞ୍ଜିତ ସାହୁ, ଦେବାଶିଷ ଡାଙ୍ଗ, ଶେଷଦେବ ପ୍ରଧାନ ଓ ଅନନ୍ତ ସାହୁ ପ୍ରମୁଖ ଉପସ୍ଥିତ ରହି ଶିବିର ପରିଚାଳନା କରିଥିଲେ। ବରଗଡ଼ ରକ୍ତଭଣ୍ଡାରର କର୍ମଚାରୀମାନେ ରକ୍ତ ସଂଗ୍ରହ କାର୍ଯ୍ୟ ସମ୍ପାଦନ କରିଥିଲେ।
କୃଷକ ମହାପଞ୍ଚାୟ