ଅବିଶ୍ରାନ୍ତ ବର୍ଷା:ଜଳକାରେ ବନ୍ୟା ବିପତ୍ତି,ବିପଦ ସଂକେତ ଉପରେ ବନ୍ୟା ଜଳ, ଜୁକନଣ୍ଡି ଆଘରିଆ ରାସ୍ତ। ବୁଡି ଛୁଟିଛି ବଢ଼ି ପାଣି
ଦୁଇ ଦିନ ଧରି ଅବିଶ୍ରାନ୍ତ ମୂଷଳ ଧାରାରେ ବର୍ଷା ହେବା ଯୋଗୁଁ ବସ୍ତା ଅଞ୍ଚଳ ଅସ୍ତବ୍ୟସ୍ତ ହୋଇପଡିଛି।ଜଳକାରେ ଉଭୟ ଉପର ମୁଣ୍ଡ ଓ ତଳ ଶଯ୍ୟାରେ ବର୍ଷା ପ୍ରଭାବରେ ନଦୀରେ ବନ୍ୟା ଆସି ନଈ ଉଛୁଳି ଜମି ବାଡ଼ି ସବୁ ଆଡକୁ ବନ୍ୟା ଜଳ ମାଡି ଯାଇଛି। ଜଳକାର ବସ୍ତା ବ୍ଲକର ମଥାନୀ ଠାରେ ସନ୍ଧ୍ୟା ୭ ସୁଦ୍ଧା ଜଳସ୍ତର ବିପଦ ସଂକେତ ୬. ୫୦ ଡେଇଁ ୬. ୫୫ ରେ ପହଁଚିଛି। ବିଶେଷ କରି ପ୍ରାଥମିକ ପର୍ଯ୍ୟାୟ ରେ ବାହାର୍ଦ୍ଦା, କୁଡ଼ିଆ, ମଥାନୀ, ଦୁଧହଂସା, ବାସୁ ଚକୁରାଇ, ପତ୍ରଝଡା, ବସ୍ତା ଏନଏସିର ଗୁଣ୍ଡୁରୀ ସାହି, ରାଉତପଡ଼ା,ସାହାଡ଼ା,ବାଲେଶ୍ୱର ସଦର ବ୍ଲକର ଶ୍ରୀରାମପୁର, ରସୁଲପୁର, ବାଲିଆପାଳ ବ୍ଲକର ବୋଳଙ୍ଗ, ସାଉଡି, କୁଣ୍ଡୁଳି ପ୍ରଭୃତି ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି। ବସ୍ତା ବ୍ଲକର ଅନେକ ଆଭ୍ୟନ୍ତରୀଣ ଗ୍ରାମ୍ୟ ରାସ୍ତା ବୁଡି ପାଣି ସ୍ରୋତ ଛୁଟୁଛି। ଏହି ବ୍ଲକର ସୁନ୍ଦରହତା ରାସ୍ତା, ଭିତ୍ତର ବ୍ରହ୍ମତ୍ତର ରାସ୍ତା ବୁଡି ଯାଇଥିବା ବେଳେ ସଦର ବ୍ଲକର ଜୁ୍କନଣ୍ଡି ଓ ଆଘରିଆ ରାସ୍ତା ବୁଡି ରୂପସା ସହିତ ବସ୍ତାର ଗ୍ରାମ୍ୟ ରାସ୍ତା ଯୋଗାଯୋଗ ବିଛିନ୍ନ ହୋଇଯାଇଛି।ଆଉ ଗୋଟିଏ ନଦୀ ବାଉଁଶରେ ମଧ୍ୟ ବନ୍ୟା ଆସି ଜଳକା ସହ ମିଶିଯାଇ ପରିସ୍ଥିତି ଆହୁରି ଭୟାବହ ହୋଇଛି। ଅନ୍ୟ ପକ୍ଷରେ ଖରିଫ ଧାନ ଫସଲରେ ଥୋଡ଼ ବାହାରୁ ଥିବା ବେଳେ ଧାନ ଗଛ ବୁଡି ଯାଇଛି। ଏହା ଫଳରେ ବାରମ୍ବାର ବନ୍ୟା ହୋଇ ଯାହା ବି କିଛି ଧାନ ଗଛ ବଞ୍ଚି ଯାଇଥିଲା ତାହା ନଷ୍ଟ ହେବାକୁ ବସିଥିବାରୁ ଚାଷୀକୂଳ ସର୍ବସ୍ବ।ନ୍ତ ହୋଇଛନ୍ତି।
Surajtv #basta #balasore #jalaka #river