ସୁନ୍ଦରଗଡ ସହର: ଶଙ୍କରାରେ ଅଟୋ ଧକ୍କାରେ ସ୍କୁଟି ଆରୋହୀ ଗୁରୁତର
ଆଜି ନଭେମ୍ୱର 3 ତାରିଖ ସୋମବାର ଶଙ୍କରା SBI ATM ସମ୍ମୁଖରେ ରାତି 8:40 ପାଖାପାଖି ଘଟିଛି ଏହି ଘଟଣା। ଜଣେ ସ୍କୁଟି ଆରୋହୀଙ୍କୁ ଏକ ଅଟୋ ରିକ୍ସା ଧକ୍କା ଦେବା ଫଳରେ ସ୍କୁଟି ଆରୋହୀ ଗୁରୁତର ଆହତ ହୋଇଛନ୍ତି। ତେବେ କେତେକ ସ୍ଥାନୀୟ ଲୋକ ସମ୍ପୃକ୍ତ ଅଟୋ ଚାଳକକୁ କାବୁ କରିବା ସହ ଉତ୍ତମ ମଧ୍ୟମ ଦେଇ ସେହି ଅଟୋରେ ସମ୍ପୃକ୍ତ ସ୍କୁଟି ଆରୋହୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହ ଟାଉନ ଥାନାକୁ ଅବଗତ କରିଥଲେ। ତେବେ ଟାଉନ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍କୁଟିକି ଜବତ କରିବା ସହ ଡାକ୍ତର ଖାନାରେ ପହଞ୍ଚି ଗୁରୁତରଙ୍କୁ ct San କରିବା ସହ ତାଙ୍କ ବୟାନ ନେଇଥିବା ଜଣା ପଡିଛି।