ବୌଦ୍ଧ: ଆମ ଗାଁ ଦୋକାନ ପରିସରରେ ‘ଆନନ୍ଦ ପେୟ’ ବଣ୍ଟନ
ବୌଦ୍ଧ ଜିଲ୍ଲା ସଦର ମହକୁମା ନୂଆସାହି କୋଟ ଛକ ସ୍ଥିତ ସାରିପୁତ ମାର୍କେଟ କମ୍ପ୍ଲେକ୍ସର "ଆମ ଗାଁ ଦୋକାନ"ଠାରେ ପ୍ରାକୃତିକ ଦ୍ରବ୍ୟରେ ପ୍ରସ୍ତୁତ "ଆନନ୍ଦ ପେୟ"ର ଶୁଭାରମ୍ଭ ଓ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ମାନବ ସମାଜକୁ ନିରୋଗ ରଖିବା ଲକ୍ଷ୍ୟରେ ଜୈବିକ ଓ ପାରମ୍ପରିକ ଉତ୍ପାଦ ବିକ୍ରି ସହ ଏହି ପ୍ରାକୃତିକ ପେୟ ବିକ୍ରିର ଶୁଭାରମ୍ଭ କରାଯାଇଛି। ଆନନ୍ଦ ମାର୍ଗ ପ୍ରଚାରକ ସଂଘ (ବୌଦ୍ଧ ଶାଖା)ର ବରିଷ୍ଠ ମାର୍ଗୀ କେଦାରନାଥ ସାହୁ, ବିଦ୍ୟାଧର ସ୍ୱାଇଁ, ଆଦିତ୍ୟ ପ୍ରଧାନ, ଗିରିଶ ଚନ୍ଦ୍ର ବଘାର, ପ୍ରହ୍ଲାଦ କର୍ଣ୍ଣ, ସାମାଜିକକର୍ମୀ ଶମ୍ଭୁ ପ୍ରସାଦ ପ୍ରଧାନ, ପବିତ୍ର ମଲ୍ଲିକ ଓ କୃତ୍ତିବାସ ପଲିଆ ପ୍ରମୁଖ ଏହି କାର୍ଯ୍ୟକ୍ରମ ପରିଚାଳନାରେ ପୂର୍ଣ୍ଣ ସହଯୋଗ କରିଥିଲେ।
#BoudhNews #AamaGaaDokan #AnandaPeya #AnandaMarga #OrganicProducts #HealthyLiving #Boudh