👉 ବରଗଡ଼ ଜିଲ୍ଲା ରେ ସମାଧାନ ହେଉନାହିଁ ଧାନ ବିକ୍ରି ସମସ୍ୟା ଇଛା ମୃତ୍ୟୁ ଆବେଦନ କଲେ ଚାଷୀ
👉 ବରଗଡ଼ ଜିଲ୍ଲା ଚାଷୀ ମହଲରେ ଭୟଙ୍କର ପରିସ୍ଥିତି
ବରଗଡ଼— ବିଜେଡି ହେଉଛି ବିଜେପି ଯେଉଁ ସରକାର ସମୟରେ ହେଲେବି ବରଗଡ଼ ଜିଲ୍ଲା ର ଚାଷୀ ହଇରାଣ ହରକତ ହେଉଛନ୍ତି ବୋଲି ଚାଷୀ ନେତା ରମେଶ ମହାପାତ୍ର କହୁଥିବା ବେଳେ ସେ ବରଗଡ଼ ଜିଲ୍ଲା ରେ ଚାଷୀ ଏବେ ମୃତ୍ୟୁ ପାଇଁ ଇଚ୍ଛା ପ୍ରକାଶ କଲେଣି ଯାହା ସମଗ୍ର ଜିଲ୍ଲା ର ଚାଷୀ ଚିନ୍ତାରେ ଅଛନ୍ତି ବୋଲି ମଧ୍ୟ କହିଛନ୍ତି। ବରଗଡ଼ ଜିଲ୍ଲା ରେ ଏବେ ଖରିଫ ଚାଷକାର୍ଯ୍ୟ ଆରମ୍ଭ ହୋଇଯାଇଛି। ଜିଲ୍ଲାର ଅନେକ ଚାଷୀ ଏପର୍ଯ୍ୟନ୍ତ ଗତ ରବିରେ ଅମଳ ଧାନ ବିକ୍ରି ପାଇଁ ଟୋକନ ପାଇପାରି ନାହାନ୍ତି । ଏହାକୁ ନେଇ ଜିଲାରେ ଚାଷୀ ଅସନ୍ତୋଷ ଲାଗି ରହିଛି। ଏହି କ୍ରମରେ ମଙ୍ଗଳବାର ଜିଲ୍ଲାର ପଦ୍ମପୁର ଉପଖଣ୍ଡ ମେଲଛାମୁଣ୍ଡା ଗ୍ରାମର ଭରତ ଚନ୍ଦ୍ର ସାହୁଙ୍କ ପୁଅ ଗୋପାଳକୃଷ୍ଣ ସାହୁ ଇଚ୍ଛାମୃତ୍ୟୁ ପାଇଁ ଆବେଦନ କରିଛନ୍ତି। ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସେ ଜିଲାପାଳଙ୍କୁ ଆବେଦନ ପତ୍ର ପ୍ରଦାନ କରିଛନ୍ତି । ଟୋକନ ମିଳି ପାରି ନ ଥିବା ଯୋଗୁ ସେ ତାଙ୍କ ମା’ଙ୍କ ଚିକିତ୍ସା ସମେତ ଋଣ ପରିଶୋଧ କରିପାରି ନଥିବା ପରି କଷ୍ଟ ପାଉଥିବା ବେଳେ ପରିବାର ଗୁଜୁରାଣ ମେଣ୍ଟାଇବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଆବେଦନ ପତ୍ରରେ ଉଲ୍ଲେଖ ରହିଛି । ଧାନ ବିକ୍ରି ଟୋକନ ପ୍ରଦାନ ସହିତ ତୁରନ୍ତ ତାଙ୍କ ଅମଳ ଧାନ କିଣାଯିବା ବ୍ୟବସ୍ଥା କରାଯାଉ ନଚେତ୍ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ପ୍ରଦାନ ଦିଆଯାଉ ବୋଲି ସେ ନିବେଦନ କରିଛନ୍ତି ଯାହାକୁ ନେଇ ଜିଲ୍ଲା ରେ ଏବେ ସମଗ୍ର ଚାଷୀ ଚିନ୍ତା ଜନକ ପରିସ୍ଥିତିରେ ଅଛନ୍ତି। ଧାନ ବିକ୍ରୀ ସମସ୍ୟା କୁ ନେଇ ପୂର୍ବରୁ ବରଗଡ଼ ଜିଲ୍ଲା ର ଜଣେ ଚାଷୀ ଇଛା ମୃତ୍ୟୁ ପାଇଁ ଆବେଦନ କରିଥିଲେ।ଏବେ ଦ୍ବିତୀୟ ଥର ମେଲଛାମୁଣ୍ଡା ଅଂଚଳ ର ଚାଷୀ ଆବେଦନ କରିଛନ୍ତି।
Bargarh, Bargarh (Baragarh) | Jun 24, 2026