ଡ୍ୟୁଟି ସାରି କୋରାପୁଟ ଫେରୁଥିଲେ ଡାକ୍ତର, ବାଟ ମଙ୍ଗଳା ଛକରେ ଓଲଟିଲା କାର!
ଜୟପୁର ଜିଲ୍ଲା ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତର ରତିକାନ୍ତ ଖୋଟୁଆ ଡ୍ୟୁଟି ସାରି କୋରାପୁଟ ଫେରୁଥିବା ବେଳେ ୨୬ ନମ୍ବର ଜାତୀୟ ରାଜପଥର ବାଟ ମଙ୍ଗଳା ଛକ ନିକଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି।ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ଖାଲି ଅସ୍ଥାୟୀ ଦୋକାନରେ ପିଟି ହୋଇ କାରଟି ଓଲଟି ପଡ଼ିଥିଲା। ସୌଭାଗ୍ୟବଶତଃ ଡାକ୍ତର ଖୋଟୁଆଙ୍କୁ କୌଣସି ଆଘାତ ଲାଗିନାହିଁ।
ଘଟଣାସ୍ଥଳରେ କୋରାପୁଟ ଟାଉନ୍ ପୋଲିସ ପହଞ୍ଚି ଯାତାୟାତ ସ୍ୱାଭାବିକ କରିଥିଲା।
#Koraput #RoadAccident #BatMangala #Jeypore #KoraputNews #newodishatv #RoadAccident #caraccident #Odisha
MV 79, Malkangiri | Sep 20, 2026