ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ମହୁଆ ମୈତ୍ରଙ୍କୁ ଟାର୍ଗେଟ କରି ମାଷ୍ଟର କ୍ୟାଣ୍ଟିନ ସ୍ଥିତ ସରକାରୀ ବାସ ଭବନରେ ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ସାମ୍ବାଦିକ ସମ୍ମିଳନୀ
ଗୋଟିଏ ଟ୍ବିଟ୍ ପରେ ବଢ଼ିଲା ଟିଏମ୍ସି ଓ ବିଜେପି କଳି । ଟିଏମ୍ସି ସାଂସଦ ମହୁଆ ମୈତ୍ରଙ୍କ ଟ୍ବିଟ୍ ଭିଡିଡକୁ ନେଇ କଡ଼ା ପ୍ରତିକ୍ରିୟା ଦେଇଛନ୍ତି ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ । ଟଙ୍କଧର କହିଛନ୍ତି, ଭାରତ ଏକ ଧର୍ମଶାଳା ନୁହେଁ, ଯିଏ ଯେମିତି ଆସିବେ ଏଠାରେ ଶରଣ ନେଇଯିବେ । ବେଆଇନ ଭାବେ ରହୁଥିବା ଲୋକଙ୍କ ଉପରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।