ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଲୋକସେବା ଭବନରେ ଓଡ଼ିଶା ଖଣି ନିଗମ କାର୍ଯ୍ୟକ୍ରମର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୨୦୨୫-୨୬ ରେ ଓଏମସି ୫୦ ମିଲିଅନ ଟନ ଖଣିଜ ପଦାର୍ଥ ଉତ୍ପାଦନ କରିବା ସହିତ ୩୦ ହଜାର କୋଟି ଟଙ୍କାର ବିକ୍ରୟ ରାଜସ୍ୱ (Sales Revenue)ର ହାସଲ କରିବାର ଲକ୍ଷ୍ୟ ରଖିଛି। ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଓଡିଶା ଖଣି ନିଗମ କାର୍ଯ୍ୟକ୍ରମର ଏକ ସମୀକ୍ଷା ବୈଠକରୁ ଏହା ଜଣାଯାଇଛି। ବୈଠକରେ ଖଣିଜ ପଦାର୍ଥ ଉତ୍ପାଦନ ବୃଦ୍ଧି ପାଇଁ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋଚନା କରାଯାଇଥିଲା। ବିଭିନ୍ନ ଖଣି ଅଞ୍ଚଳର ଅବଧି ବୃଦ୍ଧି, ପରିବେଶ ଅନୁମୋଦନ, ନୂତନ ଖଣି କାର୍ଯ୍ୟକ୍ଷମ କରିବା ଆଦି ବିଭିନ୍ନ ବିଷୟ ଉପରେ ବୈଠକରେ ଆଲୋଚନା ହୋଇଥିଲା।