ମାଲକାନଗିରି: ଏସପିଙ୍କ ନିର୍ଦ୍ଧେଶରେ ଚିତ୍ରକୋଣ୍ଡା ଏସଡିପିଓ ପ୍ରଦୋଷ କୁମାରଙ୍କ ନେତୃତ୍ୱରେ ବାଲିମେଳା ସରକାରୀ ଉଚ୍ଚ ବିଦ୍ୟାଳୟରେ ସ୍ତୁଡେଣ୍ଟ ପୋଲିସ କେଡ଼େଟ
ମାଲକାନଗିରି ଏସପିଙ୍କ ନିର୍ଦ୍ଧେଶ କ୍ରମେ ଚିତ୍ରକୋଣ୍ଡା ଏସଡିପିଓ ପ୍ରଦୋଷ କୁମାରଙ୍କ ନେତୃତ୍ୱରେ ବାଲିମେଳା ସରକାରୀ ଉଚ୍ଚ ବିଦ୍ୟାଳୟରେ ଆରମ୍ଭ ହୋଇଛି ସ୍ଟୁଡେଣ୍ଟ ପୋଲିସ କ୍ୟାଡେଟ। ଏଥିରେ ସମ୍ମାନିତ ଅତିଥି ଭାବେ ଓର୍କେଲ ଥାନା ଅଧିକାରୀ ଧିରେନ ପଟ୍ଟନାୟକ, ଏଏସଆଇ ସଂଜିତ ଟାକ୍ରୀଙ୍କ ସହ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ର ଛତ୍ରୀ ଉପସ୍ଥିତ ଥିଲେ। ଏହି ସ୍ଟୁଡେଣ୍ଟ ପୋଲିସ କ୍ୟାଡେଟ ଟ୍ରୁବରେ ଅଷ୍ଟମ ଶ୍ରେଣୀର ୧୧ ଜଣ ଛାତ୍ର ଏବଂ ୧୧ ଜଣ ଛାତ୍ରୀ ଅଂଶଗ୍ରହଣ କରିବେ ସେହିପରି ନବମ ଶ୍ରେଣୀରେ ଅଧୟନ କରୁଥିବା ଛାତ୍ର ଛାତ୍ରୀଙ୍କ ମଧ୍ୟରୁ ୨୨ ଜଣ ଛାତ୍ର ଛାତ୍ରୀ ଚୟନ ହେବେ।