୧୯୭୮ ମସିହାରେ #ଜର୍ମାନର_ବର୍ଲିନ_ସହରରୁ
ଛାତ୍ରୀ ଭିସା ନେଇ ଭାରତ ବୁଲିବାକୁ ଆସିଥିଲେ ୧୭/୧୮ ବର୍ଷୀୟା #ଫ୍ରେଡରିକ୍_ଇରୀନା_ବର୍ନିଂ ।
କିନ୍ତୁ ଏହି ଲାସ୍ୟମୟୀ ବିଦେଶୀ ଲାଳନାର ଭାଗ୍ୟ ଓ ଭବିଷ୍ୟତକୁ ଏହି ଭ୍ରମଣ ଗସ୍ତ ଏମିତି ବଦଳାଇ ଦେବ , ଏ କଥା କେହି ସ୍ୱପ୍ନରେ ବି ଭାବି ନଥିବେ।
#ଇରୀନା_ବର୍ନିଂ ମଥୁରା ସହରରେ ବୁଲିବା ବେଳେ ଅତି ମୂର୍ମୁଷୁ ଅବସ୍ଥାରେ ଏକ ବାଛୁରୀକୁ ଦେଖି ତାର ସେବା ଯତ୍ନରେ ଲାଗି ପଡ଼ିଲେ। ବାଛୁରୀଟିକୁ ପଶୁ ଡାକ୍ତରଖାନାକୁ ନେଇ ତାର ଚିକିତ୍ସାର ସମସ୍ତ ବ୍ୟବସ୍ଥା କଲେ। ସେହି ସମୟରେ ସେ ନିଷ୍ପତ୍ତି କଲେ ସେ ଅୟସ ଆରାମରେ ଜୀବନ ପରିତ୍ୟାଗ କରି ଗୋ ସେବାକୁ ଜୀବନ ବ୍ରତ କରିବେ। ଏହା କେବଳ ତାଙ୍କ ଜୀବନର ଲକ୍ଷ୍ୟ ବଦଳାଇ ଦେଲାନାହିଁ ,ସେ ତାଙ୍କ ନାଁ ଏବଂ ଧର୍ମ ବି ବଦଳାଇ ଦେଲେ ।ସେ ମଥୁରାରେ ଥିବାବେଳେ ମନ୍ଦିର ମାନଙ୍କରେ ଭଗବତ ଗୀତା ଶୁଣି ପ୍ରଭାବିତ ହୋଇଥିଲେ।ଗୀତା ନିୟମିତ ପଢ଼ିଲେ। ହିନ୍ଦୀ ଶିଖିଲେ। ତାଙ୍କ ନିଜ ନାମ ରଖିଲେ #ସୁଦେଭୀ_ଦାସୀ ।ନିଜ ପାଖରେ ଥିବା ପଇସାରେ ମଥୁରା ନଗରୀରେ ଆଗ ଗୋଟିଏ ଗୋଶାଳା ତିଆରି କଲେ ,ଯାହାର ନାମ ଦେଲେ "ରାଧା ସୁରଭି ଗୋଶାଳା "। ଜରୁରୀ କାଳୀନ ସେବା ଦେବା ପାଇଁ ଗାଈ ମାନଙ୍କ ପାଇଁ ଏକ ଆମ୍ବୁଲାନ୍ସ ସେବା ମଧ୍ୟ ପ୍ରଚଳନ କଲେ। ଗତ ୪୦/୪୨ ବର୍ଷ ମଧ୍ୟରେ ସେ ହଜାର ହଜାର ପରିତ୍ୟକ୍ତ ଗୋମାତାଙ୍କୁ ସେବା ଏବଂ ଆଶ୍ରୟ ଦେଇଛନ୍ତି।
ଗୋଟିଏ ଗୋଟିଏ ଗାଈ ରଖୁ ରଖୁ ଏବେ ଏହା ୧୮୦୦ରେ ପହଞ୍ଚିଛି। ସେ ଜର୍ମାନ ଯାଇ ତାଙ୍କର ସଂପତ୍ତି ବାଡ଼ି ବିକ୍ରି କରି ଏ ସବୁର ଖର୍ଚ୍ଚ ତୁଲାନ୍ତି। ଗୋମାତା ସଂଖ୍ୟା ବଢିବାରୁ ସେ ତିନି ଏକର ଜମି ଭଡା ନେଇ ଗୋଶାଳାର କାୟା ବିସ୍ତାର କରିଛନ୍ତି । ଗୋଶାଳା ପରିଚାଳନା ,ଗାଈ ମାନଙ୍କ ପାଇଁ ଖାଦ୍ୟ ,ଔଷଧ ,ସେବାକାରୀ ମାଙ୍କ ଦରମା ଇତ୍ୟାଦିରେ ମାସକୁ ଖର୍ଚ୍ଚ ୩୦/୩୫ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି।ଏବେ ତାଙ୍କ ପାଇଁ କଷ୍ଟ ହେଉଛି। ଏବେ ତାଙ୍କ ଗୋଶାଳାରେ ପ୍ରାୟ ୨୦୦ ଅନ୍ଧ ଗୋରୁ ଏବଂ ୬୦୦ ବାଛୁରୀ ଅଛନ୍ତି। ତଥାପି କେହି ଜଣେ ଅସୁସ୍ଥ ବା ଆଘାତ ପ୍ରାପ୍ତ ଗୋରୁ ପହଞ୍ଚ୍ଛାଇଲେ ସେ ତୁରନ୍ତ ତାକୁ ରଖନ୍ତି ଏବଂ ସବୁ ଆବଶ୍ୟକୀୟ ବ୍ୟବସ୍ଥା କରନ୍ତି ।ଏବେଯାଏଁ ସେ କୌଣସି ସରକାରୀ ସହାୟତା ନେଇ ନାହାନ୍ତି। ସାଠିଏ ଜଣ ଗୋ ସେବାକାରୀ ଥିଲେବି ଅସୁସ୍ଥ ଏବଂ ଆଘାତ ପ୍ରାପ୍ତ ଗୋରୁ ଙ୍କ ସେବା ନିଜେ ମାତା #ସୁଦେଭୀ_ଦାସୀ କରନ୍ତି ।
ଗୋଶାଳାର କ୍ଷୀର ବିକା ଯାଏ ନାହିଁ ।ବଳକା କ୍ଷୀର ମାଆ ନଥିବା ବାଛୁରୀକୁ ପିଆ ଯାଏ। ଗୋଟିଏ ବାଛୁରୀ ଜନ୍ମହେଲେ ପ୍ରଥମ ପାଞ୍ଚ ଦିନର କ୍ଷୀରରେ ଗୋ ସେବାକାରୀଙ୍କୁ ଖିରି କରି ଖୁଆନ୍ତି ମାତା #ସୁଦେଭୀ_ଦାସୀ । ଗୋଶାଳା ରେ "ରାମ "ନାମ ଜପ କରାଯାଏ ।କୌଣସି ଗୋମାତା ପ୍ରାଣତ୍ୟାଗ କରିବାବେଳେ ତାଙ୍କୁ "ଗଙ୍ଗା ଜଳ" ଦିଆଯାଏ।
ତ୍ୟାଗ ,ସେବା ,ସମର୍ପଣର ଏହି ଦେବୀ
ଫ୍ରେଡରିକ୍ ଇରୀନା ବର୍ନିଂ ଙ୍କୁ ତାଙ୍କର ଏହି ମାହାନ ସେବାପାଇଁ ତାଙ୍କୁ ୨୦୧୭ ମସିହାରେ ଗଣତନ୍ତ୍ର ଦିବସରେ ଦେଶର ଚତୁର୍ଥ ସର୍ବୋଚ୍ଚ ପୁରସ୍କାର #ପଦ୍ମ_ଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା ।
Raurkela M, Sundargarh | Oct 22, 2026