ଶନିବାର ଦିନ ବୌଦ୍ଧ ବ୍ଲକ ତlଳସରଡ଼ା ପଂଚାୟତ ଡମ୍ବରୁଗଡ଼ ଶ୍ରୀ ସିଦ୍ଧଗୁରୁ ବାବା ମଠ ଠାରେ ମହନ୍ତ ସର୍ବେଶ୍ୱର ଦାସଙ୍କ ଅଧ୍ୟକ୍ଷତାରେ ବିଶ୍ୱ ସମୃଦ୍ଧି ଯଜୁର୍ବେଦ ମହାଯଜ୍ଞ ଆୟୋଜନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି l ଯଜ୍ଞର ମୁଖ୍ୟ ମାର୍ଗଦର୍ଶକ ଚେନାଇ ସତ୍ୟ ଚେତନା ଆଶ୍ରମର ସଦଗୁରୁ ସ୍ୱାମୀ ଆତ୍ମନନ୍ଦଜୀ ମହାରାଜଙ୍କ ମାର୍ଗଦର୍ଶନରେ ଉଦ୍ୟକ୍ତା ମାନସ ସୁନ୍ଦର ଶତପଥି ଯଜ୍ଞ ଆୟୋଜନର ଲକ୍ଷ ଓ ଉଦ୍ଧେଶ୍ୟ ଉପରେ ସୂଚନା ପ୍ରଦାନ କରିଥିଲେ l