Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
भाजपा
Accident
Congress
Modi
Delhi
Viral
Jharkhand
Up
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर
Uttarpradesh
Haryana
Cricket

ବୌଦ୍ଧ ସଦର: ଡମ୍ବରୁଗଡ ଠାରେ ବିଶ୍ୱ ସମୃଦ୍ଧି ଯଜୁର୍ବେଦ ମହାଯଜ୍ଞ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଶନିବାର ଦିନ ବୌଦ୍ଧ ବ୍ଲକ ତlଳସରଡ଼ା ପଂଚାୟତ ଡମ୍ବରୁଗଡ଼ ଶ୍ରୀ ସିଦ୍ଧଗୁରୁ ବାବା ମଠ ଠାରେ ମହନ୍ତ ସର୍ବେଶ୍ୱର ଦାସଙ୍କ ଅଧ୍ୟକ୍ଷତାରେ ବିଶ୍ୱ ସମୃଦ୍ଧି ଯଜୁର୍ବେଦ ମହାଯଜ୍ଞ ଆୟୋଜନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି l ଯଜ୍ଞର ମୁଖ୍ୟ ମାର୍ଗଦର୍ଶକ ଚେନାଇ ସତ୍ୟ ଚେତନା ଆଶ୍ରମର ସଦଗୁରୁ ସ୍ୱାମୀ ଆତ୍ମନନ୍ଦଜୀ ମହାରାଜଙ୍କ ମାର୍ଗଦର୍ଶନରେ ଉଦ୍ୟକ୍ତା ମାନସ ସୁନ୍ଦର ଶତପଥି ଯଜ୍ଞ ଆୟୋଜନର ଲକ୍ଷ ଓ ଉଦ୍ଧେଶ୍ୟ ଉପରେ ସୂଚନା ପ୍ରଦାନ କରିଥିଲେ l

MORE NEWS

ଚାରି ବାଇକ ଚୋର କୁ ବାନ୍ଧିଲା ପୋଲିସ 
ସହଦେବଖୁଣ୍ଟା ପୋଲିସ ବାଲେଶ୍ୱର, ଭଦ୍ରକ ଏବଂ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ମୋଟରସାଇକେଲ ଚୋରି, କ୍ରୟ, ଲୁଚାଇବା ଏବଂ ନଷ୍ଟ କରିବାରେ ଜଡିତ ଏକ ସନ୍ଦିଗ୍ଧ ନେଟୱାର୍କକୁ ଚିହ୍ନଟ କରିଛି ଚୋରି ବାଇକ ଉଦ୍ଧାର ସହ 4ଗିରଫ

ଚାରି ବାଇକ ଚୋର କୁ ବାନ୍ଧିଲା ପୋଲିସ ସହଦେବଖୁଣ୍ଟା ପୋଲିସ ବାଲେଶ୍ୱର, ଭଦ୍ରକ ଏବଂ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ମୋଟରସାଇକେଲ ଚୋରି, କ୍ରୟ, ଲୁଚାଇବା ଏବଂ ନଷ୍ଟ କରିବାରେ ଜଡିତ ଏକ ସନ୍ଦିଗ୍ଧ ନେଟୱାର୍କକୁ ଚିହ୍ନଟ କରିଛି ଚୋରି ବାଇକ ଉଦ୍ଧାର ସହ 4ଗିରଫ

Baudh Sadar, Boudh (Bauda) | Aug 11, 2026

ବୌଦ୍ଧରେ "ଘରେ ଘରେ ତ୍ରିରଙ୍ଗା" ଅଭିଯାନରେ  ରଙ୍ଗୋଲି ପ୍ରଦର୍ଶନୀ ଓ ପ୍ରତିଯୋଗିତା ଅନୁଷ୍ଠିତ l 

ବୌଦ୍ଧ ଜିଲ୍ଲାରେ ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନ ଅବସରରେ ଆଜି ତିରଙ୍ଗା ଆଧାରିତ ରଙ୍ଗୋଲି ପ୍ରଦର୍ଶନୀ ଓ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ଜିଲ୍ଲାପାଳ  ବିଭୂତିଭୂଷଣ ନାୟକ ଏହିକାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ।ଦେଶପ୍ରେମ ଓ ଜାତୀୟ ଏକତାର ଭାବନାକୁ ଜନମାନସରେ ଆହୁରି ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି ରଙ୍ଗୋଲି ପ୍ରତିଯୋଗିତାରେ ସମାଜର ବିଭିନ୍ନ ବର୍ଗର ମହିଳାମାନେ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ। ତିରଙ୍ଗାର ତିନି ରଙ୍ଗକୁ ଆଧାର କରି ପ୍ରସ୍ତୁତ ବିଭିନ୍ନ ଆକର୍ଷଣୀୟ ରଙ୍ଗୋଲି ମାଧ୍ୟମରେ ଦେଶପ୍ରେମ, ଜାତୀୟ ଏକତା ଓ ଦେଶର ଗୌରବର ବାର୍ତ୍ତା ପ୍ରଦର୍ଶିତ ହୋଇଥିଲା l କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ  ଅନିରୁଦ୍ଧ ପଧାନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସଚନ୍ଦ୍ର ଦଣ୍ଡସେନା, ବୌଦ୍ଧ ତହସିଲଦାର ଅନିତା କୁମାରୀ ସାହୁ, ଡେପୁଟି କଲେକ୍ଟର ଜ୍ୟୋତି ରଞ୍ଜନ ଭୁଏ ପ୍ରମୁଖ ଉପସ୍ଥିତ ରହି ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ।
ପ୍ରତିଯୋଗିତାରେ ନମିତା ବେହେରା ପ୍ରଥମ, ସରିତା ଜେନା ଦ୍ୱିତୀୟ ଏବଂ ସୁଚିତ୍ରା ଦେହୁରୀ ତୃତୀୟ ସ୍ଥାନ ଅଧିକାର କରିଥିଲେ।କାର୍ଯ୍ୟକ୍ରମ ପରିଚାଳନାରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ସାଗରିକା ଦତ୍ତ, ଡିପିସି, ମିଶନ ଶକ୍ତି ରଶ୍ମିରଞ୍ଜନ ସେଠୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ  ବିଦ୍ୟାପତି ପଣ୍ଡା ଏବଂ ମହିଳା ଓ ଶିଶୁ ବିକାଶ ବିଭାଗର ଅଧିକାରୀ ମାନେ ସହଯୋଗ କରିଥିଲେ। ଜିଲ୍ଲା ସଂସ୍କୃତି ଅଧିକାରୀ ଅଙ୍କିତା ସାହୁଙ୍କ ଦ୍ୱାରା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।‘ଘରେ ଘରେ ତିରଙ୍ଗା’ ଅଭିଯାନକୁ ଜନ ସହଯୋଗ ମାଧ୍ୟମରେ ଆହୁରି ବ୍ୟାପକ କରିବା ଉଦ୍ଦେଶ୍ୟରେ ଆସନ୍ତାକାଲି ସକାଳ ୮ ଟା ରେ ବୌଦ୍ଧ ଷ୍ଟାଡିୟମରୁ ଏକ ବିଶାଳ ବାଇକ୍ ରାଲି ବାହାରିବ। ଏହି ବାଇକ୍ ରାଲି ମାଧ୍ୟମରେ ଜନସାଧାରଣଙ୍କ ମଧ୍ୟରେ ତିରଙ୍ଗା ପ୍ରତି ସମ୍ମାନ, ଦେଶପ୍ରେମ ଓ ଜାତୀୟ ଏକତାର ଭାବନା ସୃଷ୍ଟି କରାଯିବ ବୋଲି ଜିଲ୍ଲା ପ୍ରଶାସନ ଲକ୍ଷ ରଖିଛି l

ବୌଦ୍ଧରେ "ଘରେ ଘରେ ତ୍ରିରଙ୍ଗା" ଅଭିଯାନରେ ରଙ୍ଗୋଲି ପ୍ରଦର୍ଶନୀ ଓ ପ୍ରତିଯୋଗିତା ଅନୁଷ୍ଠିତ l ବୌଦ୍ଧ ଜିଲ୍ଲାରେ ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନ ଅବସରରେ ଆଜି ତିରଙ୍ଗା ଆଧାରିତ ରଙ୍ଗୋଲି ପ୍ରଦର୍ଶନୀ ଓ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ଏହିକାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ।ଦେଶପ୍ରେମ ଓ ଜାତୀୟ ଏକତାର ଭାବନାକୁ ଜନମାନସରେ ଆହୁରି ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି ରଙ୍ଗୋଲି ପ୍ରତିଯୋଗିତାରେ ସମାଜର ବିଭିନ୍ନ ବର୍ଗର ମହିଳାମାନେ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ। ତିରଙ୍ଗାର ତିନି ରଙ୍ଗକୁ ଆଧାର କରି ପ୍ରସ୍ତୁତ ବିଭିନ୍ନ ଆକର୍ଷଣୀୟ ରଙ୍ଗୋଲି ମାଧ୍ୟମରେ ଦେଶପ୍ରେମ, ଜାତୀୟ ଏକତା ଓ ଦେଶର ଗୌରବର ବାର୍ତ୍ତା ପ୍ରଦର୍ଶିତ ହୋଇଥିଲା l କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସଚନ୍ଦ୍ର ଦଣ୍ଡସେନା, ବୌଦ୍ଧ ତହସିଲଦାର ଅନିତା କୁମାରୀ ସାହୁ, ଡେପୁଟି କଲେକ୍ଟର ଜ୍ୟୋତି ରଞ୍ଜନ ଭୁଏ ପ୍ରମୁଖ ଉପସ୍ଥିତ ରହି ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ। ପ୍ରତିଯୋଗିତାରେ ନମିତା ବେହେରା ପ୍ରଥମ, ସରିତା ଜେନା ଦ୍ୱିତୀୟ ଏବଂ ସୁଚିତ୍ରା ଦେହୁରୀ ତୃତୀୟ ସ୍ଥାନ ଅଧିକାର କରିଥିଲେ।କାର୍ଯ୍ୟକ୍ରମ ପରିଚାଳନାରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ସାଗରିକା ଦତ୍ତ, ଡିପିସି, ମିଶନ ଶକ୍ତି ରଶ୍ମିରଞ୍ଜନ ସେଠୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ଏବଂ ମହିଳା ଓ ଶିଶୁ ବିକାଶ ବିଭାଗର ଅଧିକାରୀ ମାନେ ସହଯୋଗ କରିଥିଲେ। ଜିଲ୍ଲା ସଂସ୍କୃତି ଅଧିକାରୀ ଅଙ୍କିତା ସାହୁଙ୍କ ଦ୍ୱାରା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।‘ଘରେ ଘରେ ତିରଙ୍ଗା’ ଅଭିଯାନକୁ ଜନ ସହଯୋଗ ମାଧ୍ୟମରେ ଆହୁରି ବ୍ୟାପକ କରିବା ଉଦ୍ଦେଶ୍ୟରେ ଆସନ୍ତାକାଲି ସକାଳ ୮ ଟା ରେ ବୌଦ୍ଧ ଷ୍ଟାଡିୟମରୁ ଏକ ବିଶାଳ ବାଇକ୍ ରାଲି ବାହାରିବ। ଏହି ବାଇକ୍ ରାଲି ମାଧ୍ୟମରେ ଜନସାଧାରଣଙ୍କ ମଧ୍ୟରେ ତିରଙ୍ଗା ପ୍ରତି ସମ୍ମାନ, ଦେଶପ୍ରେମ ଓ ଜାତୀୟ ଏକତାର ଭାବନା ସୃଷ୍ଟି କରାଯିବ ବୋଲି ଜିଲ୍ଲା ପ୍ରଶାସନ ଲକ୍ଷ ରଖିଛି l

Baudh Sadar, Boudh (Bauda) | Aug 11, 2026

ବୌଦ୍ଧ: ଆମ ଗାଁ ଦୋକାନ ପରିସରରେ ‘ଆନନ୍ଦ ପେୟ’ ବଣ୍ଟନ 
​ବୌଦ୍ଧ ଜିଲ୍ଲା ସଦର ମହକୁମା ନୂଆସାହି କୋଟ ଛକ ସ୍ଥିତ ସାରିପୁତ ମାର୍କେଟ କମ୍ପ୍ଲେକ୍ସର "ଆମ ଗାଁ ଦୋକାନ"ଠାରେ ପ୍ରାକୃତିକ ଦ୍ରବ୍ୟରେ ପ୍ରସ୍ତୁତ "ଆନନ୍ଦ ପେୟ"ର ଶୁଭାରମ୍ଭ ଓ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
​ମାନବ ସମାଜକୁ ନିରୋଗ ରଖିବା ଲକ୍ଷ୍ୟରେ ଜୈବିକ ଓ ପାରମ୍ପରିକ ଉତ୍ପାଦ ବିକ୍ରି ସହ ଏହି ପ୍ରାକୃତିକ ପେୟ ବିକ୍ରିର ଶୁଭାରମ୍ଭ କରାଯାଇଛି। ଆନନ୍ଦ ମାର୍ଗ ପ୍ରଚାରକ ସଂଘ (ବୌଦ୍ଧ ଶାଖା)ର ବରିଷ୍ଠ ମାର୍ଗୀ କେଦାରନାଥ ସାହୁ, ବିଦ୍ୟାଧର ସ୍ୱାଇଁ, ଆଦିତ୍ୟ ପ୍ରଧାନ, ଗିରିଶ ଚନ୍ଦ୍ର ବଘାର, ପ୍ରହ୍ଲାଦ କର୍ଣ୍ଣ, ସାମାଜିକକର୍ମୀ ଶମ୍ଭୁ ପ୍ରସାଦ ପ୍ରଧାନ, ପବିତ୍ର ମଲ୍ଲିକ ଓ କୃତ୍ତିବାସ ପଲିଆ ପ୍ରମୁଖ ଏହି କାର୍ଯ୍ୟକ୍ରମ ପରିଚାଳନାରେ ପୂର୍ଣ୍ଣ ସହଯୋଗ କରିଥିଲେ।
​#BoudhNews #AamaGaaDokan #AnandaPeya #AnandaMarga #OrganicProducts #HealthyLiving #Boudh

ବୌଦ୍ଧ: ଆମ ଗାଁ ଦୋକାନ ପରିସରରେ ‘ଆନନ୍ଦ ପେୟ’ ବଣ୍ଟନ ​ବୌଦ୍ଧ ଜିଲ୍ଲା ସଦର ମହକୁମା ନୂଆସାହି କୋଟ ଛକ ସ୍ଥିତ ସାରିପୁତ ମାର୍କେଟ କମ୍ପ୍ଲେକ୍ସର "ଆମ ଗାଁ ଦୋକାନ"ଠାରେ ପ୍ରାକୃତିକ ଦ୍ରବ୍ୟରେ ପ୍ରସ୍ତୁତ "ଆନନ୍ଦ ପେୟ"ର ଶୁଭାରମ୍ଭ ଓ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ​ମାନବ ସମାଜକୁ ନିରୋଗ ରଖିବା ଲକ୍ଷ୍ୟରେ ଜୈବିକ ଓ ପାରମ୍ପରିକ ଉତ୍ପାଦ ବିକ୍ରି ସହ ଏହି ପ୍ରାକୃତିକ ପେୟ ବିକ୍ରିର ଶୁଭାରମ୍ଭ କରାଯାଇଛି। ଆନନ୍ଦ ମାର୍ଗ ପ୍ରଚାରକ ସଂଘ (ବୌଦ୍ଧ ଶାଖା)ର ବରିଷ୍ଠ ମାର୍ଗୀ କେଦାରନାଥ ସାହୁ, ବିଦ୍ୟାଧର ସ୍ୱାଇଁ, ଆଦିତ୍ୟ ପ୍ରଧାନ, ଗିରିଶ ଚନ୍ଦ୍ର ବଘାର, ପ୍ରହ୍ଲାଦ କର୍ଣ୍ଣ, ସାମାଜିକକର୍ମୀ ଶମ୍ଭୁ ପ୍ରସାଦ ପ୍ରଧାନ, ପବିତ୍ର ମଲ୍ଲିକ ଓ କୃତ୍ତିବାସ ପଲିଆ ପ୍ରମୁଖ ଏହି କାର୍ଯ୍ୟକ୍ରମ ପରିଚାଳନାରେ ପୂର୍ଣ୍ଣ ସହଯୋଗ କରିଥିଲେ। ​#BoudhNews #AamaGaaDokan #AnandaPeya #AnandaMarga #OrganicProducts #HealthyLiving #Boudh

Baudh Sadar, Boudh (Bauda) | Aug 11, 2026

ବୌଦ୍ଧ ସଦର: ଡମ୍ବରୁଗଡ ଠାରେ ବିଶ୍ୱ ସମୃଦ୍ଧି ଯଜୁର୍ବେଦ ମହାଯଜ୍ଞ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ - Baudh Sadar News