SMS News Bureau Rourkela
ମୋଦି ସରକାରଙ୍କ ଶ୍ରମିକ ବିରୋଧୀ ନିତୀ ବିରୁଦ୍ଧରେ ପରିବହନ ଶ୍ରମିକ ଙ୍କ ସାଧାରଣ ସଭା।
ଅଗଷ୍ଟ ୧୦ ସି ଆଇ ଟି ୟୁ ଡାକରା ରେ ଦେଶବ୍ୟାପୀ ଜେଲଭରୋ ଆନ୍ଦୋଳନ ରେ ସାମିଲ ହେବାକୁ ନିଷ୍ପତ୍ତି
ସି ଆଇ ଟି ୟୁ ସମେତ ସମସ୍ତ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ, ସ୍ଵାଧୀନ କର୍ମଚାରୀ ଫେଡେରେସନ ଓ ସଂଯୁକ୍ତ କିଷାନ ମୋର୍ଚ୍ଚା ର ଗତ ଜୁଲାଇ ୨୯ ତାରିଖ ଦିଲ୍ଲୀର ତାଲକୋତରା ଷ୍ଟାଡିୟମ ରେ ଅନୁଷ୍ଠିତ ଜାତୀୟ କନଭେନସନ ରେ କେନ୍ଦ୍ର ମୋଦି ସରକାର ଙ୍କ ଶ୍ରମିକ ବିରୋଧୀ ଓ ଜନ ବିରୋଧି ନିତୀ ବିରୁଦ୍ଧରେ ଦେଶ ବଂଚାଅ - ଜନତା ବଞ୍ଚାଅ ଆହ୍ଵାନରେ ଅଗଷ୍ଟ ୧୦ ତାରିଖ କ୍ରାନ୍ତି ଦିବସ ସ୍ମାରକୀ ରେ ସମସ୍ତ କେନ୍ଦ୍ରୀୟ ଟ୍ରେଡ୍,ସ୍ଵାଧିନ କର୍ମଚାରୀ ଫେଡେରେସନ ଓ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ୨୦ ଦଫା ଦାବିରେ ଆହ୍ବାନ କରାଯାଇଥିବା ଦେଶବ୍ୟାପୀ ଜେଲଭରୋ ଆନ୍ଦୋଳନ କୁ ସୁନ୍ଦରଗଡ଼ ଜିଲ୍ଲା ତଥା ରାଉରକେଲା ରେ ସଫଳ କରିବା ପାଇଁ ଆଜି ରାଉରକେଲା ନୂଆ ବସଷ୍ଟାଣ୍ଡ ଠାରେ ସୁନ୍ଦରଗଡ଼ ମଟର କର୍ମଚାରୀ ସଂଘ, ରାଉରକେଲା ମିନିବସ ଆସୋସିଏସନ୍ ( ସି ଆଇ ଟି ୟୁ) ପକ୍ଷରୁ ଏକ ସାଧାରଣ ସଭା ଉଭୟ ୟୁନିୟନର ଉପ ସଭାପତି ଆଇନଜୀବୀ ରାଜ କିଶୋର ପ୍ରଧାନ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା ବେଳେ ଏହି ସଭାରେ ଉଭୟ ୟୁନିୟନର ସାଧାରଣ ସମ୍ପାଦକ ତଥା ସି ଆଇ ଟି ୟୁ ରାଜ୍ୟ ବରିଷ୍ଠ ଉପ ସଭାପତି ବିମାନ ମାଇତି ବକ୍ତବ୍ୟ ରଖି କେନ୍ଦ୍ର ମୋଦି ସରକାର ବିଗତ ୧୨ ବର୍ଷ ଧରି କ୍ଷମତାରେ ରହିବା ସମୟରେ କେବଳ ଦେଶର କର୍ପୋରେଟ ସଂସ୍ଥା ଓ ପୁଞ୍ଜିପତି ମାନଙ୍କର ସ୍ବାର୍ଥ ରକ୍ଷା ପାଇଁ ବିଭିନ୍ନ ନିଷ୍ପତ୍ତି ନେଉଥିବା ବେଳେ ଦେଶର ସାଧାରଣ ଜନତା, ଶ୍ରମିକ,କୃଷକ ମାନଙ୍କ ବିରୁଦ୍ଧରେ ଆକ୍ରମଣ ଦିନକୁ ଦିନ ତୀବ୍ର କରିବାରେ ଲାଗିଛନ୍ତି। ଦେଶ ବଞ୍ଚାଅ ଜନତା ବଞ୍ଚାଅ ଦାବିରେ ଆସନ୍ତା କାଲି ର ଆଇନ୍ ଅମାନ୍ୟ ଓ ଜେଲଭରୋ ଆନ୍ଦୋଳନ କୁ ସୁନ୍ଦରଗଡ଼ ଜିଲ୍ଲା ଓ ରାଉରକେଲା ର ପରିବହନ ଶ୍ରମିକ ମାନେ ବହୁ ସଂଖ୍ୟାରେ ସାମିଲ ହୋଇ ସଫଳ କରିବାକୁ ସେ ଆହ୍ବାନ କରିଥିଲେ।
ଏହି ବୈଠକରେ ପରିବହନ ଶ୍ରମିକ ମାନଙ୍କ ନେତା ଅକ୍ଷୟ ମହାନ୍ତ, ଅରୁଣ ମହାରଣା, ଶୁଭେନ୍ଦୁ ମହାନ୍ତି,ମିନାଲ କାନ୍ତ ବନିକ୍,ସାମୁ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି କେନ୍ଦ୍ର ମୋଦି ସରକାର ଙ୍କ ଶ୍ରମିକ ଓ କୃଷକ ବିରୋଧୀ ନିତୀ କୁ ତୀବ୍ର ସମାଲୋଚନା କରିବା ସହିତ ଜେଲଭରୋ ଆନ୍ଦୋଳନ କୁ ରାଉରକେଲା ରେ ସଫଳ କରିବା ପାଇଁ ଆହ୍ୱାନ କରିଥିଲେ।
ଶ୍ରମିକ ବିରୋଧୀ ଶ୍ରମ କୋର୍ଡ ବାତିଲ କରିବା, କୃଷକମାନଙ୍କୁ ଏମ୍ ଏସ ପି ପ୍ରଦାନ କରିବା, ମନରେଗା ଯୋଜନାରେ ବର୍ଷକୁ ୨ ଶହ ଦିନ କାମ ଓ ଦୈନିକ ୭ ଶହ ଟଙ୍କା ମଜୁରୀ ସହିତ ବି ଭି ଜି ଗ୍ରାମ ଜି ଯୋଜନା କୁ ବାତିଲ କରିବା,ବିଦ୍ୟୁତ ସଂଶୋଧନ ବିଲ୍ ପ୍ରତ୍ୟାହାର କରିବା, ଦରଦାମ ନିୟନ୍ତ୍ରଣ କରିବା,ଆଶା , ଅଙ୍ଗନବାଡି ସହିତ ସମସ୍ତ ସ୍କିମ ଶ୍ରମିକ ଙ୍କୁ ଶ୍ରମିକ ର ମାନ୍ୟତା ସହିତ ସାମାଜିକ ସୁରକ୍ଷା ଯୋଗାଇ ଦେବା ପ୍ରମୁଖ ୨୦ ଦଫା ଦାବିରେ ଏହି ଜେଲଭରୋ ଆନ୍ଦୋଳନ ସଂଗଠିତ ହେବ । ରାଉରକେଲା ଉଦିତ ନଗର ପାନପୋଷ ଉପଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଆସନ୍ତା କାଲି ଅପରାହ୍ନ ରେ ଜେଲଭରୋ ଆନ୍ଦୋଳନ ସଂଗଠିତ କରାଯିବା ବହୁ ସଂଖ୍ୟା ରେ ପରିବହନ ଶ୍ରମିକ ସାମିଲ ହେବାକୁ ଆଜିର ସଭାରେ ନିଷ୍ପତ୍ତି ଗ୍ରହଣ କରଯାଇଥିଲା।