ସମ୍ବଲପୁର ମ୍ୟୁନିସିପାଲଟି: ସମ୍ବଲପୁରୀ ଡେରା ଠାରେ ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ସାରସ୍ୱତ ସମାରୋହ ସହ ଆଲୋଚନାଚକ୍ର
ଆଜି ସମ୍ବଲପୁରୀ ଡେରା ଠାରେ ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ସାରସ୍ୱତ ସମାରୋହ ସହ ସ୍ୱତନ୍ତ୍ର ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ଆବାହକ ଭବାନିଶ ଭୋଇଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କଟକରୁ ଆସିଥିବା ବିଶିଷ୍ଟ ଭାଷାବିତ ତଥା ଗବେଷକ ଡକ୍ଟର ପ୍ରଫୁଲ୍ଲ ତ୍ରିପାଠୀଙ୍କ ସମେତ ପଶ୍ଚିମ ଓଡିଶାର ବିଶିଷ୍ଟ ନାଟ୍ୟକାର ତଥା ସାହିତ୍ୟକ ଶ୍ୟାମସୁନ୍ଦର ଧର ମଧ୍ୟ ଉପସ୍ଥିତ ରହିଥିଲେ। ଏହି ଅବସରରେ ସମ୍ବଲପୁରୀ ଭାଷାର ଅଧିକ ପ୍ରଚାର ପ୍ରସାର କରାଯିବା ସହ ସମ୍ବଲପୁରୀ ଡେରାର ବିକାଶ କରାଯିବା ନେଇ ବିଭିନ୍ନ ପ୍ରସ୍ତାବ ଦିଆଯାଇ ଆଲୋଚନା କରାଯାଇଥିଲା।