କୋରାପୁଟ ସହର: କୋରାପୁଟ ଅତିଥି ଭବନରେ ସ୍ୱଦେଶୀ ଉତ୍ପାଦ କିଣିବା ପାଇଁ ଆହ୍ବାନ ଦେଲେ ସ୍ୱଦେଶୀ ଜାଗରଣ ମଞ୍ଚ
କୋରାପୁଟ ସ୍ୱଦେଶୀ ଜାଗରଣ ମଞ୍ଚର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କୋରାପୁଟ ଅତିଥି ଭବନ ସଭାଗୃହ ଠାରେ ଶନିବାର ଦିନ ୨ଟା ସମୟରେ ଆୟୋଜିତ ହୋଇଯାଇଛି। କୋରାପୁଟ ବିଭାଗର ତିନି ଜିଲ୍ଲାରୁ ୧୨ ଜଣ କାର୍ଯ୍ୟକର୍ତ୍ତା ଉକ୍ତ ବୈଠକରେ ଉପସ୍ଥିତ ଥିବା ବିଭାଗ ସଂଯୋଜକ ମୁରଲୀଧର ଅଧିକାରୀ ସୂଚନା ଦେଇଛନ୍ତି। ମଞ୍ଚର ରାଜ୍ୟ ସହ ସଂଯୋଜକ ମନୋରଞ୍ଜନ ରାଉତରାୟ ବୈଠକରେ ଯୋଗ ଦେଇ କହିଥିଲେ ଯେ, ଆମେରିକା ଦ୍ୱାରା ଭାରତୀୟ ଉତ୍ପାଦ ଉପରେ ଟ୍ୟାରିଫ୍ ଲଗାଯିବା ଦ୍ୱାରା ଭାରତକୁ ନିଜର ଘରୋଇ ଉତ୍ପାଦ ତଥା ଖୁଚୁରା ବଜାରକୁ ରକ୍ଷା କରିବାର ଏକ ସୁଯୋଗ ମିଳିଥିବା କହିଛନ୍ତି ।