#କୋରାପୁଟରେ_ଲଗାଣ_ବର୍ଷା_୧୪_ବ୍ଲକରେ_୯୩୦.୩ ମିମି ବର୍ଷା ରେକର୍ଡ ⚠️
କୋରାପୁଟ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି। ଆଜି ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଜିଲ୍ଲାର ୧୪ଟି ବ୍ଲକରେ ମୋଟ ୯୩୦.୩ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଜିଲ୍ଲାର ହାରାହାରି ବର୍ଷା ପରିମାଣ ୬୬.୪୫ ମିମି ରହିଛି।
📍 ସେମିଳିଗୁଡାରେ ସର୍ବାଧିକ ୨୮୦.୨ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ନନ୍ଦପୁରରେ ୧୧୦, ଜୟପୁରରେ ୧୦୪ ଏବଂ ବୋରିଗୁମ୍ମାରେ ୧୦୩.୨ ମିମି ବର୍ଷା ହୋଇଛି।
କୋରାପୁଟରେ ୮୨.୯, ବୈପାରୀଗୁଡାରେ ୬୬, ଲମତାପୁଟରେ ୫୮.୧, ପଟ୍ଟାଙ୍ଗିରେ ୪୭.୨ ଏବଂ କୁନ୍ଦ୍ରାରେ ୪୨.୨ ମିମି ବର୍ଷା ରେକର୍ଡ ହୋଇଛି। ସେହିପରି ନାରାୟଣପାଟଣା ୩୪.୬, ଲକ୍ଷ୍ମୀପୁର ୩୩.୬, ଦଶମନ୍ତପୁର ୩୨, ବନ୍ଧୁଗାଁ ୨୩ ଏବଂ କୋଟପାଡ଼ରେ ୧୫ ମିମି ବର୍ଷା ହୋଇଛି।
🚨 ଆସନ୍ତା ୨ ଦିନ ପାଇଁ କୋରାପୁଟକୁ ରେଡ୍ ଆଲର୍ଟ ଜାରି ହୋଇଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ତଳିଆ ଅଞ୍ଚଳରେ ପାଣି ଜମିଲେ ଲୋକଙ୍କୁ ସୁରକ୍ଷିତ ଉଚ୍ଚ ସ୍ଥାନକୁ ନେବା ପାଇଁ ବ୍ୟବସ୍ଥା ରହିଛି।
ଜିଲ୍ଲାର ସମସ୍ତ ଅଧିକାରୀଙ୍କୁ ସଜାଗ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ସେପ୍ଟେମ୍ବର ୨୩ ଓ ୨୪ ତାରିଖରେ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ।
🌧️ ସଜାଗ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ।
#Koraput #HeavyRain #RedAlert #KoraputRain #OdishaWeather #RainAlert #KoraputDistrict