ମାତ୍ର ୩ କିଲୋମିଟର ଦୂରତା। ହେଲେ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପାଇଁ ଲୋକଙ୍କୁ ଯିବାକୁ ପଡୁଛି ପ୍ରାୟ ୬୦ କିଲୋମିଟର ବୁଲାଣି ରାସ୍ତା। ଆଉ ଦୀର୍ଘ ବାଟରୁ ରକ୍ଷା ପାଇବାକୁ ହେଲେ ଜୀବନକୁ ବାଜି ଲଗାଇ କୋଲାବ ଜଳଭଣ୍ଡାର ପାର ହେବାକୁ ପଡୁଛି ଡଙ୍ଗାରେ। ବର୍ଷା ଦିନରେ ତ ଏହି ଯାତ୍ରା ଆହୁରି ବିପଦପୂର୍ଣ୍ଣ ହୋଇପଡୁଛି।
ସିନ୍ଧିପୁଟ ବ୍ରିଜ୍ କେବଳ କୋଲାବ ଜଳଭଣ୍ଡାର ଉପରେ ଏକ ନିର୍ମାଣ ନୁହେଁ, ଏହା ଦୀର୍ଘଦିନର ଯାତାୟାତ ଯନ୍ତ୍ରଣାରୁ ମୁକ୍ତିର ଏକ ନୂଆ ଆଶା। ଏବେ ବ୍ରିଜ୍ କାମ କେବେ ସରିବ ଏବଂ କେବେ ଲୋକଙ୍କ ପାଇଁ ଏହା ଯାତାୟାତର ମାଧ୍ୟମ ହେବ, ସେହି ଦିନକୁ ଅପେକ୍ଷା କରିଛନ୍ତି ଅଞ୍ଚଳବାସୀ।