କୁନ୍ଦୁରା ବ୍ଲକ ଅଧ୍ୟକ୍ଷଙ୍କ ଦ୍ୱାରା ମଦ ମାଫିଆ ଅଟକ
ଅବୈଧ ମଦ କାରବାରକୁ ନେଇ କୁନ୍ଦୁରା ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। କୁନ୍ଦୁରା ବ୍ଲକ ଅଧ୍ୟକ୍ଷ ବିହାରୀଙ୍କ ପକ୍ଷରୁ ଜଣେ ମଦ ମାଫିଆକୁ ଅଟକ ରଖାଯାଇଥିବା ଜଣାପଡ଼ିଛି।ଅବୈଧ ଭାବେ ମଦ ବିକ୍ରି ଓ କାରବାର ଚାଲୁଥିବା ନେଇ ସୂଚନା ପାଇବା ପରେ ଏହି ପଦକ୍ଷେପ ନିଆଯାଇଥିବା କୁହାଯାଉଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଚନା ଆରମ୍ଭ ହୋଇଛି।
ତେବେ ଅଟକ ବ୍ୟକ୍ତିଙ୍କ ବିରୋଧରେ କଣ ଆଇନଗତ ପଦକ୍ଷେପ ନିଆଯିବ, ସେନେଇ ସମ୍ପୃକ୍ତ ପ୍ରଶାସନ ଓ ପୁଲିସର ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା କରାଯାଇଛି।