#ଯାଜପୁର_ରେ_ଇଣ୍ଡିମେଣ୍ଟ_ପକ୍ଷରୁ_ଓଡ଼ିଶା_ବନ୍ଦ_ଡାକରା ।
ଭୋଟ ବଞ୍ଚାଅ ସମ୍ବିଧାନ ବଞ୍ଚାଅ ଦେଶ ବଞ୍ଚାଅ ନାରା ଦେଇ ଆଜି ଇଣ୍ଡିମେଣ୍ଟ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ନିର୍ବାଚନ କମିଶନର ଙ୍କ କାର୍ଯ୍ୟକଳାପ କୁ ବିରୋଧ କରି ଇଣ୍ଡିଆ ବ୍ଲକର ଡାକରାରେ ଯାଜପୁର ସଦର ମହକୁମାରେ ଓଡ଼ିଶା ବନ୍ଦ ପାଳନ କରାଯାଇଛି । କଂଗ୍ରେସ ନେତା ସନ୍ତୋଷ ନନ୍ଦଙ୍କ ନେତୃତ୍ୱରେ ପିସିସି ସାଧାରଣ ସମ୍ପାଦକ ମନୋଜ ରାଉତଙ୍କ ତତ୍ବାବଧାନ ରେ ସିପିଆଇ, ସିପିଆଇଏମ, ଏସୟୁସିଆଇ ର ବହୁ ନେତା ଓ କର୍ମୀ ସାମିଲ ହୋଇ ଡବଲ ଇଞ୍ଜିନ ସରକାରଙ୍କ ଉପରେ ଗର୍ଜିବା ସହ ଓଡିଶା ବନ୍ଦ କରାଯାଇଛି। ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ କୁ ବନ୍ଦ କରାଯାଇଛି। ବ୍ୟବସୟିକ ପ୍ରତିଷ୍ଠାନ ଠାରୁ ଆରମ୍ଭ କରି ବସ ଚଳାଚଳ ମଧ୍ୟ ବନ୍ଦ କରାଯାଇଛି। ଏମଏମଡିଆର ଆଇନ ରଦ୍ଦ,ମୁଖ୍ୟ ନିର୍ବାଚନ କମିଶନର ପଦରୁ ଜ୍ଞାନେଶ କୁମାରଙ୍କୁ ବହିଷ୍କାର, ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ବହିଷ୍କାର ଓ ବନ୍ୟା ବିପନଙ୍କୁ ସହାୟତା ପ୍ରଦାନ ପାଇଁ ଦାବି କରି ଏହି ଓଡ଼ିଶା ବନ୍ଦ କରାଯାଇଛି।
#indiancongress #OdishaCongress #strike #jajpuradministration #lntvnetwork #Aeiodisha #JajpurNews #jajpurkhabar