#ବିରଜା_ଅଗ୍ନେଶ୍ଵର_ହାଟ_ନିର୍ମାଣରେ_ଅନିୟମିତତା
ଐତିହାସିକ ବିରଜା ହାଟର ଆଧୁନିକୀକରଣ ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହେଉଥିବା ଅଭିଯୋଗ ହୋଇଛି। ପ୍ରକଳ୍ପ ଦାୟିତ୍ବରେ ଥିବା ଥୂବା ସମ୍ପୃକ୍ତ ଠିକାଦାରଙ୍କୁ ତୁରନ୍ତ ଏହି କାର୍ଯ୍ୟରୁ ଅନ୍ତର କରିବା ପାଇଁ ବିରଜା ଅଗ୍ନେଶ୍ଵର ହାଟ ବ୍ୟବସାୟୀ ସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଦାବି କରାଯାଇଛି । ସୂଚନା ଅନୁଯାୟୀ, ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କ ମନ୍ଦିର ନିକଟରେ ପୂର୍ବ ବିଜେଡି ସରକାର ସମୟରେ ସନ୍ଥମାଧବ ଅଞ୍ଚଳକୁ ସ୍ଥାନାନ୍ତର କରାଯାଇଥିଲା। ରାଜ୍ୟରେ ନୂତନ ସରକାର ପ୍ରତିଷ୍ଠା ହେବା ପରେ ସ୍ଥାନୀୟ ଜନସାଧାରଣଙ୍କ ଆନ୍ଦୋଳନକୁ ଦୃଷ୍ଟିରେ ରଖ୍ ୨୦୨୪ ଡିସେମ୍ବର ମାସରେ ହାଟକୁ ପ୍ରଶାସନ ପକ୍ଷରୁ ପୁନର୍ବାର ପୂର୍ବ ସ୍ଥାନକୁ ଫେରାଇ ଅଣାଯାଇଥିଲା। ପରବର୍ତ୍ତୀ ସମୟରେ ଏହାକୁ ଏକ ଅତ୍ୟାଧୁନିକ ହାଟରେ ପରିଣତ କରି କରିବା ପାଇଁ ରାଜ୍ୟ ସରକାର ଆବଶ୍ୟକିୟ ଅନୁଦାନ ଯୋଗାଇ ଦେଇଥିଲେ। ଗତ ଏପ୍ରିଲ ମାସରେ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଓ ଯାଜପୁର ସାଂସଦ ଡ ରବୀନ୍ଦ୍ର ନାରାୟଣ ବେହେରାଙ୍କ କରକମଳ ରେ ପ୍ରକଳ୍ପର ଶିଳାନ୍ୟାସ ହୋଇଥିଲା। ନିର୍ମାଣ ଦାୟିତ୍ଵ ନେଇଥିବା ଠିକାଦାର ନିୟମ ଉଲ୍ଲଙ୍ଘନ କରୁଥିବା ନେଇ ଚାଷୀ ଓ ବ୍ୟବସାୟୀମାନେ ନିର୍ମାଣ କାର୍ଯ୍ୟ ବନ୍ଦ କରିଦେଇଥିଲେ। ଏହାସହ ବ୍ୟବସାୟୀ ସଂଘ ଯାଜପୁର ଜିଲାପାଳ ତଥା କାର୍ଯ୍ୟ ତଦାରଖ କରୁଥିବା ରାସ୍ତା ଓ କୋଠାବାଡ଼ି ବିଭାଗର ବରିଷ୍ଠ ଯନ୍ତ୍ରୀଙ୍କୁ ଭେଟି ଠିକାଦାରଙ୍କୁ ହଟାଇବା ନିମନ୍ତେ ଲିଖୂତ ଦାବିପତ୍ର ପ୍ରଦାନ କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀ ରେ ବିରଜା ଅଗ୍ନେଶ୍ଵର ହାଟ ବ୍ୟବସାୟୀ ସଂଘ ପକ୍ଷରୁ ଅକ୍ଷୟ କୁମାର ନାୟକ, ହରେକୃଷ୍ଣ ସାହୁଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।
#lntvnetwork #JajpurNews #jajpurkhabar #Aeiodisha