ସୁନ୍ଦରଗଡ଼ ଜିଲ୍ଲାର ତଲସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କିଞ୍ଜିରକେଲା ଥାନା ଅନ୍ତର୍ଗତ ଭୁଷିଦାଣ୍ଡ ଗ୍ରାମର ଜଣେ ଦାଦନ ଶ୍ରମିକଙ୍କ କେରଳ ରାଜ୍ୟର କୁନୁର ନିକଟସ୍ଥ ସମୁଦ୍ରରେ ବୁଡି ମୃତ୍ୟୁ ଘଟିଥିବା ସୂଚନା ମିଳିଛି।ଏହି ବିଷୟରେ ତାଙ୍କର ପରିବାର ଲୋକଙ୍କୁ ସୂଚନା ଦିଆଯିବା ପରେ ମୃତକଙ୍କ ପୁତୁରା ଜଗନ୍ନାଥ ମାଝୀ ଓ ଜରଙ୍ଗଲୋଇ ଗ୍ରାମ ର ସ୍ବେଚ୍ଛାସେବୀ ଯୁବକ ଲକ୍ଷ୍ମଣ ନାଏକ ଶବ ଆଣିବାକୁ ଯାଇଥିବା ସୂଚନା ମିଳିଛି।