ରାସ୍ତା ଦୁରାବସ୍ଥା ଯୋଗୁଁ ଷ୍ଟ୍ରେଚରରେ ବୁହା ହେଲେ ଗର୍ଭବତୀ।
ମାନବିକତା ଦେଖାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ।
କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଅତଣ୍ଡା ପଞ୍ଚାୟତ ଅନ୍ତର୍ଗତ ଶ୍ରୀଗାମପୁଟ ଗାଁର। ଗୁରୁବାର ଭୋର ପ୍ରାୟ ୫ଟା ୩୦ରେ ଗାଁର ଗର୍ଭବତୀ ମଣି ଖିଲ (୨୭)ଙ୍କୁ ହସ୍ପିଟାଲ ନେବା ପାଇଁ ୧୦୮ ଆମ୍ବୁଲାନ୍ସକୁ ସୂଚନା ଦିଆଯାଇଥିଲା। ତେବେ ଗାଁକୁ ଯିବା ରାସ୍ତା ଅତ୍ୟନ୍ତ ଖରାପ ଥିବାରୁ ଆମ୍ବୁଲାନ୍ସଟି ଗାଁଠାରୁ ପ୍ରାୟ ୩ କିଲୋମିଟର ଦୂରରେ ଅଟକି ଯାଇଥିଲା। ପରିସ୍ଥିତିକୁ ଦେଖି ୧୦୮ ଆମ୍ବୁଲାନ୍ସ ଚାଳକ ଗୋପାଳ କୃଷ୍ଣ ନାୟକ, ଫାର୍ମାସିଷ୍ଟ ରାହୁଲ ପାଙ୍ଗି ଓ ସହାୟକ ଦୀପକ ପାତ୍ର ପାଦରେ ଗାଁକୁ ଯାଇଥିଲେ।