Public App Logo
ଜୟପୁର ଗ୍ଳୋକାଲ ହସ୍ପିଟାଲ ପଛପଟ ପ୍ରକାଶ ନଗରରେ ବାଘ କିମ୍ବା ବନ ଭୂଆ ପାଦ ଚିହ୍ନ ଏବଂ ସିସିଟିଭି ଫୁଟେଜ ର ଭିଡିଓ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି। ସ୍ଥାନୀୟ ଲୋକେ କହୁଛନ୍ତି ଏହା ବାଘ ପାଦ ଚିହ୍ନ ଅଥବା ଗଧିଆ ବାଘର ହୋଇଥିବ। ଏହାକୁ ନେଇ ଘଟଣାସ୍ଥଳରେ ଜୟପୂର ବନବିଭାଗ ଦଳ ପହଞ୍ଚି ପାଦ ଚିହ୍ନକୁ ଯାଞ୍ଚ୍ କରିବା ସହ ଲୋକଙ୍କୁ ଭୟଭୀତ ନହେବା ପାଇଁ ସୂଚନା ଦେଇଛନ୍ତି। ବନବିଭାଗ ଦଳଙ୍କ କହିବା ଅନୁସାରେ ଏହି ପାଦ ଚିହ୍ନ 'ବନ ଭୂଆ' ବିରାଡ଼ି ଯାହାର ଆକାର କିଛି ବଡ଼ ରହିଛି। ତେଣୁ ସିସିଟିଭିକୁ ଭଲଭାବରେ ଦେଖିଲେ ଏହାର ଚିତ୍ର ଆହୁରି ସ୍ପଷ୍ଟ ହୋଇପାରିବ ବୋଲି କୁହାଯାଇଛି। - Jeypore News