Public App Logo
👉 ଅଞ୍ଚଳ ମହାବିଦ୍ୟାଳୟରେ ପ୍ରବେଶ ଉତ୍ସବ’ ଅନୁଷ୍ଠିତ ପଦ୍ମପୁର୧୭/୦୮: ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟ ନୂତନ ସମ୍ମେଳନ କକ୍ଷରେ ଯୁକ୍ତ ତିନି ପ୍ରଥମ ବର୍ଷର ନବାଗତ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଭାବପୂର୍ଣ୍ଣ 'ପ୍ରବେଶ ଉତ୍ସବ' ସମ୍ପନ୍ନ ହୋଇଯାଇଛି । ଅଧ୍ୟକ୍ଷ ଡ. ଦିଗମ୍ବର ଚାନ୍ଦଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମାରୋହରେ ଶିକ୍ଷା ସହ ସଂସ୍କାର ଓ ସ୍ୱପ୍ନ ସାକାର କରିବାର ପ୍ରେରଣାଦାୟୀ ବାର୍ତ୍ତା ଦିଆଯାଇଥିଲା । ମଞ୍ଚରେ ଯୁକ୍ତ ଦୁଇ ପ୍ରଭାରୀ ପ୍ରଭାତ କୁମାର ମହାପାତ୍ର, ଶୈକ୍ଷିକ ମୁଖ୍ୟ ଡ. ସରୋଜ କୁମାର ନାଏକ, ନାମଲେଖା ଅଧିକାରୀ ଷଡ଼ାନନ ଭୋଇ, ପ୍ରାଧ୍ୟାପିକା କଳ୍ପନା ପାଢ଼ୀ ଏବଂ ପ୍ରାଧ୍ୟାପକ ଶ୍ରୀକାନ୍ତ ସାହୁ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଆଶୀର୍ବାଦ ସହ ଉତ୍ସାହିତ କରିଥିଲେ । ଏଥିସହ ଏନ୍.ସି.ସି. ଅଧିକାରୀ କ୍ୟାପ୍ଟେନ୍ ଜୟକୁମାର ଭୁଏ, ଖେଳ ଶିକ୍ଷକ ସଦାନନ୍ଦ ସାହୁଙ୍କ ସମେତ ସମସ୍ତ ବିଭାଗର ବିଭାଗ ମୁଖ୍ୟ ଓ ଶତାଧିକ ଛାତ୍ରଛାତ୍ରୀଙ୍କ ଆତ୍ମୀୟତାପୂର୍ଣ୍ଣ ଉପସ୍ଥିତି କାର୍ଯ୍ୟକ୍ରମକୁ ଚିରସ୍ମରଣୀୟ କରିଦେଇଥିଲା । - Bargarh News