ସମ୍ବଲପୁର ମ୍ୟୁନିସିପାଲଟି: ପହଲଗାମ ମୃତକଙ୍କୁ ଧନକଉଡ଼ା ଠାରେ ଧନକଉଡ଼ା ଓ ଗେଙ୍ଗୁଟିପାଲି ଅଞ୍ଚଳବାସିଙ୍କ ପକ୍ଷରୁ ଶ୍ରଦ୍ଧାଞ୍ଜଳି, ଅଞ୍ଚଳବାସି ରଖିଲେ ନିଜ ପ୍ରତିକ୍ରିୟା
ଆଜି ସମ୍ବଲପୂର ମହାନଗର ନିଗମ ଅନ୍ତର୍ଗତ ଧନକଉଡ଼ା ଠାରେ ଗେଙ୍ଗୁଟିପାଲି ଓ ଧନକଉଡ଼ା ଅଞ୍ଚଳବାସିଙ୍କ ପକ୍ଷରୁ ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାର ତୀବ୍ର ନିନ୍ଦା କରିବାସହିତ ଗୁଳିକାଣ୍ଡରେ ପ୍ରାଣ ହରାଇଥିବା ମୃତକଙ୍କ ଅମର ଆତ୍ମାର ଶାନ୍ତି କାମନା କରି ନୀରବ ପ୍ରାର୍ଥନା ସହିତ ଦୀପ ପ୍ରଜ୍ବଳନ କରାଯାଇଛି। ଏହି ପରିପ୍ରେକ୍ଷୀରେ ପାକିସ୍ଥାନ ବିପକ୍ଷରେ ବିଭିନ୍ନ ସ୍ଲୋଗାନ ମାନ ଦେଇ ଧନକଉଡ଼ା ଠାରୁ ଅନିତା ଓରାମଙ୍କ ନେତୃତ୍ବରେ ଏକ ଶୋଭାଯାତ୍ରା ଧନକଉଡ଼ା ହନୁମାନ ମନ୍ଦିର ନିକଟକୁ ଯାଇ ସେଠାରେ ମୃତକଙ୍କ ଆତ୍ମା ଶତଗତି ନେଇ ପ୍ରାଥନା କରାଯାଇ ଦିପ ପ୍ରଜ୍ବଳନ କରାଯାଇଥିଲା।