ଲୋଇସିଂହା: ଷାଠିଏ ଘର ଡୁମାଲ ସମାଜର ଆଞ୍ଚଳିକ ସଂଗଠନ ଗଠିତ: ବିରଞ୍ଚି ପଧାନ ସଭାପତି ନିଯୁକ୍ତ
ବଲାଙ୍ଗିର ସଦର ଓ ଦେଓଗାଁ ବ୍ଲକର ୧୧ଟି ଗ୍ରାମକୁ ନେଇ ଗଠିତ ହେଲା ଷାଠିଏ ଘର ଡୁମାଲ ସମାଜର ଆଞ୍ଚଳିକ ସଂଗଠନ। ରାଏପାଲିରେ ଅନୁଷ୍ଠିତ ବୈଠକରେ ବିରଞ୍ଚି ପଧାନ ସଭାପତି ଭାବେ ମନୋନୀତ ହୋଇଛନ୍ତି। ସମାଜର ଏକତା ଓ ସାମାଜିକ ପରମ୍ପରା ସୁରକ୍ଷା ପାଇଁ ଏହି କମିଟି କାର୍ଯ୍ୟ କରିବ।