ସୋରଡ଼ା ବ୍ଲକରେ 350ରୁ ଊର୍ଦ୍ଧ୍ୱ କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କ ସମୂହ ଇସ୍ତଫା
Sorada, Ganjam | Nov 16, 2026
ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକରେ କାର୍ଯ୍ୟରତ 350ରୁ ଅଧିକ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ସମୂହ ଇସ୍ତଫା ଦେଇଛନ୍ତି। ଦରମା ପାଇଁ ଲାଞ୍ଚ ମାଗିବା ଓ ନିର୍ଯାତନା ଦିଆଯାଉଥିବା ନେଇ ସେମାନେ ଅଭିଯୋଗ ଆଣିଛନ୍ତି। ଅତିରିକ୍ତ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଇସ୍ତଫାପତ୍ର ପ୍ରଦାନ କଲେ କର୍ମଚାରୀ।