ସମ୍ବଲପୁର ମ୍ୟୁନିସିପାଲଟି: କେନ୍ଦୁପତ୍ର ସଂଗ୍ରହ ବେଳେ ହାତୀ ଓ ଭାଲୁ ଆକ୍ରମଣ ଘଟଣା, ସମ୍ବଲପୁର କେନ୍ଦୁପତ୍ର ଡିଏଫଓ କାର୍ଯ୍ୟାଳୟରେ ରଖିଲେ ପ୍ରତିକ୍ରିୟା
ସମ୍ବଲପୁର ଜିଲ୍ଲାରେ ବିଭିନ୍ନ ସମୟରେ କେନ୍ଦୁପତ୍ର ତୋଲାଲି ମାନେ ଜଙ୍ଗଲରେ କେନ୍ଦୁପତ୍ର ସଂଗ୍ରହ କରିବା ବେଳେ ହାତୀ ଓ ଭାଲୁ ଆକ୍ରମଣ ଶିକାର ହେବାଘଟଣା ନେଇ ଆଜି ନିଜ କାର୍ଯ୍ୟାଳୟରେ ସମ୍ବଲପୁର କେନ୍ଦୁପତ୍ର ଡିଏଫଓ ଗୌରୀଶଙ୍କର ଦାସ ପ୍ରତିକ୍ରିୟା ରଖିଥିଲେ। ଡିଏଫଓ କହିଛନ୍ତିଯେ ଏନେଇ ଭୋରରୁ ଅନ୍ଧାର ସମୟରେ ଜଙ୍ଗଲକୁ ନଯିବାକୁ ପରାମର୍ଶ ଦିଆଯାଇଛି। ଏଥିସହ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ମଧ୍ୟ କେନ୍ଦୁପତ୍ର ତୋଲାଲି ମାନଙ୍କୁ ସଚେତନତା ସୃଷ୍ଟି କରାଯାଉଥିବା ନେଇ ଡିଏଫଓ କହିଛନ୍ତି।