ସମ୍ବଲପୁର ମ୍ୟୁନିସିପାଲଟି: କୁଲୁଥକାନି ଶିବ ମନ୍ଦିର ପରିସରରେ ଶୀତଲଷଷ୍ଠୀ ଯାତ୍ରା ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ
ଆଜି ରାତିରେ ସମ୍ବଲପୁର କୁଲୁଥକାନି କମ୍ୟୁନିଟି ସେଣ୍ଟର୍ ଠାରେ କଳ୍ପେଶ୍ଵର ବାବାଙ୍କ ଶୀତଳଷଷ୍ଠୀ ଯାତ୍ରାର ଚଳିତ ବର୍ଷର ଆୟୋଜନ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଯାତ୍ରା କମିଟିର ସଂଯୋଜକ ଅରବିନ୍ଦ ନାୟକ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଚଳିତ ବର୍ଷ କଳ୍ପେଶ୍ଵର ବାବାଙ୍କ ଶୀତଳଷଷ୍ଠୀ ଯାତ୍ରାର ଆୟୋଜନର ବିଭିନ୍ନ ଦିଗ ନେଇ ଆଲୋଚନା କରାଯାଇଥିଲା। ବିଶେଷକରି କଳ୍ପେଶ୍ଵର ବାବା ଓ ମାତା ପାର୍ବତୀଙ୍କ ଶୁବବିବାହ ପାଇଁ କନ୍ୟା ଓ ବର ପିତାମାତାଙ୍କ ଚୟନ କରାଯାଇଥିଲେ। ଏହାସହ ଯାତ୍ରା ପାଇଁ ସାଂସ୍କୃତିକ କଳାକାର ମାନଙ୍କୁ ନିମନ୍ତ୍ରଣ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା।