ସମ୍ବଲପୁର ମ୍ୟୁନିସିପାଲଟି: ମେଘପାଲ ମେଡ଼ିକାଲରେ ମେଡିସିନ ମିଳୁନଥିବା ନେଇ ଜିଲ୍ଲା ପରିଷଦ ଉପସଭାପତି ରଖିଲେ ନିଜ କାର୍ଯ୍ୟାଳୟରେ ପ୍ରତିକ୍ରିୟା
ଯୁଯୋମୁରା ବ୍ଲକ୍ ଅନ୍ତର୍ଗତ ମେଘପାଲ ଠାରେ ଥିବା ମେଘପାଲ ମେଡିକାଲ ଠାରେ ରୋଗୀଙ୍କୁ ମେଡ଼ିସିନ ମିଳୁନଥିବା ଅଭିଯୋଗ ନେଇ ଆଜି ନିଜ କାର୍ଯ୍ୟାଳୟରେ ପ୍ରତିକ୍ରିୟା ରଖିଛନ୍ତି।ସମ୍ବଲପୁର ଜିଲ୍ଲା ପରିଷଦ କାର୍ଯ୍ୟାଳୟର ଉପସଭାପତି ମାଧବ ମିର୍ଦ୍ଧା। ଏନେଇ ଶ୍ରୀଯୁକ୍ତ ମିର୍ଦ୍ଧା କହିଛନ୍ତି ଯେ ମେଡିକାଲ ଠାରେ ହେଉଥିବା ରୋଗୀଙ୍କ ମେଡିସିନ ଅସୁବିଧା ନେଇ ସେ ମନ୍ତ୍ରୀଙ୍କ ସହ ଆଲୋଚନା କରିବା ସହ ଜିଲ୍ଲା ପରିଷଦ ବୈଠକରେ ମଧ୍ୟ ଏହି ପ୍ରସଙ୍ଗ ଉଠାଇଥିଲେ। ଏନେଇ ଜିଲ୍ଲା ପରିଷଦ ଉପସଭାପତି ନିଜ ପ୍ରତିକ୍ରିୟା ରଖିଥିଲେ।