ହିନ୍ଦୋଳ ବ୍ଲକ ଅନ୍ତର୍ଗତ ଗୁଳେହି ପଞ୍ଚାୟତ ଚନ୍ଦ୍ରଶେଖରପୁର ଗ୍ରାମର ଶ୍ରୀ ଭାସ୍କର ସାହୁ ଏକମାତ୍ର ପୁତ୍ର ଜିତେନ୍ଦ୍ର ସାହୁ ଗତକାଲି ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଥିଲେ । ଖବର ପାଇ ଆଜି ପୂର୍ବତନ ସାଂସଦ ଶ୍ରୀ ମହେଶ ସାହୁ, ଶ୍ରୀ ଭାସ୍କର ସାହୁଙ୍କ ଘରେ ପହଞ୍ଚି ଶୋକସନ୍ତପ ପରିବାରକୁ ସମବେଦନା ଜଣାଇବା ସହ ଶ୍ମଶାନକୁ ଯାଇ ଜିତେନ୍ଦ୍ରଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ହିନ୍ଦୋଳ ବ୍ଲକ ବିଜେଡି ସଭାପତି ଶ୍ରୀ ଦେବୀ ପ୍ରସାଦ ପଟ୍ଟନାୟକ, ଓଡାପଡା ବ୍ଲକ ବିଜେଡି ସଭାପତି ଶ୍ରୀ ଯତି ନାୟକ , ଗୁଳେହି ସମିତି ସଭ୍ୟା ପ୍ରଭାତୀ ବିଶ୍ବାଳ , ଜିଲ୍ଲା ବିଜେଡି ସମ୍ପାଦକ ପ୍ରଶାନ୍ତ ଦାସ, ଶୁସାନ୍ତ ବେହେରା ପ୍ରମୁଖ ପୂର୍ବତନ ସାଂସଦଙ୍କ ସହ ଉପସ୍ଥିତ ରହି ପବିତ୍ର ଅମର ଆତ୍ମାର ସଂଗତି ସଦଗତି କାମନା କରିଥିଲେ ।
#public#newsodiaodisha#dhenkanal#hindol