ସମ୍ବଲପୁର ମ୍ୟୁନିସିପାଲଟି: ଲଜପତ୍ ରାୟ ଆଇନ ମହାବିଦ୍ୟାଳୟ ଠାରେ ଆଲିମୁନି ସଂଘ ପକ୍ଷରୁ ହୀରକ ଜୟନ୍ତୀର ଲୋଗୋକୁ ସ୍ୱତନ୍ତ୍ର ଉତ୍ସବରେ କରାଗଲା ଉନ୍ମୋଚିତ
ଆଜି ସମ୍ବଲପୁର ଲାଜପତ ରାୟ ଆଇନ ମହାବିଦ୍ୟାଳୟରେ ପୁରାତନ ଛାତ୍ର ସଙ୍ଘ୍ ବା ଆଲିମୁନି ସଂଘ ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ହୀରକ ଜୟନ୍ତୀ ଲୋଗୋ ଉନ୍ମୋଚିତ ହୋଇଯାଇଛି। ମଞ୍ଚାସିନ କଲେଜ ଅଧ୍ୟକ୍ଷ ପ୍ରଫେସର ବିଜୟାନନ୍ଦ ବେହେରା, ଆଲୁମୁନି ସଂଘ୍ ସଭାପତି ବରିଷ୍ଠ ଆଇନଜୀବୀ ଶ୍ରୀ ସତ୍ୟନାରାୟଣ ପଣ୍ଡା, ସମ୍ପାଦକ ଆଇନଜୀବୀ ଦୁର୍ଗା ପାଢ଼ୀ ହୀରକ ଜୟନ୍ତୀ ଲୋଗୋକୁ ଉନ୍ମୋଚନ କରିଥିଲେ। ଏଥିରେ କଲେଜର ଶତାଧିକ ଛାତ୍ର ଛାତ୍ରୀ ଓ ବହୁ କର୍ମଚାରୀ, ପୁରାତନ ଛାତ୍ର ଉପସ୍ଥିତ ଥିଲେ। ଏନେଇ ଆଜି ରାତରେ ପୁରାତନ ଛାତ୍ରସଂଘ ପକ୍ଷରୁ ଏକ ପ୍ରେସ ରିଲିଜ ମାଧ୍ୟମରେ ସୁଚନା ଦିଆଯାଇଛି।