କେନ୍ଦୁଝର ସଦର: ବଡ଼ବିଲ-ବଲାଣି ୨ କିମି ରେଳପଥ ଦୋହରୀକରଣ ପାଇଁ ୧୧ କୋଟି ମଞ୍ଜୁର
କେନ୍ଦୁଝର ଜିଲ୍ଲାର ବଡ଼ବିଲ-ବଲାଣି ଖଣିଜ ଅଞ୍ଚଳରେ ୨ କିମି ରେଳପଥ ଦୋହରୀକରଣ ପାଇଁ ୧୧ କୋଟି ଟଙ୍କା ମଞ୍ଜୁର କରିଛନ୍ତି ଭାରତୀୟ ରେଳ। ଏହି ପ୍ରକଳ୍ପ ଦ୍ୱାରା ଖଣିଜ ପରିବହନ ବ୍ୟବସ୍ଥା ଆହୁରି ସୁଦୃଢ଼ ହେବା ସହ ମାଲବାହୀ ଟ୍ରେନର ଯାତ୍ରା ସମୟ ହ୍ରାସ ପାଇବ।