ପଦ୍ମପୁର, ୦୫/୧୧: ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ସଭାକକ୍ଷରେ ବ୍ଲକ ସ୍ତରୀୟ ଯୁବ ଉତ୍ସବ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭିନ୍ନ ଶିକ୍ଷା ଓ ସାଂସ୍କୃତିକ ଅନୁଷ୍ଠାନର ପ୍ରତିଯୋଗୀମାନେ ନାଟକ, ଲୋକନୃତ୍ୟ, ଲୋକଗୀତ, କବିତା ଲିଖନ ଓ ଚିତ୍ରାଙ୍କନ ଆଦି ବିଭାଗରେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ।
କାର୍ଯ୍ୟକ୍ରମରେ ବିଡିଓ ମନୋଜ ଦେବତା, ଏବିଡିଓ ମେନକା ମେହେର, ନାଟ୍ୟକାର କେଶ ରଞ୍ଜନ ପ୍ରଧାନ, ଅଶୋକ କୁମାର ବହିଦାର ଓ ଅଧ୍ୟାପକ ସୁଶାନ୍ତ କୁମାର ମିଶ୍ର ଅତିଥି ଭାବେ ଯୋଗଦେଇ ଉତ୍ସବର ଶୁଭାରମ୍ଭ କରିଥିଲେ।
ସାମ୍ବାଦିକ ଗୋପବନ୍ଧୁ ଶିକାଙ୍କ ସଂଯୋଜନାରେ ବ୍ଲକ କଳା ସାଂସ୍କୃତିକ ସଂଘର ଉପସଭାପତି ଅଶ୍ୱିନୀ ପଟେଲ, କଳାକାର ରମେଶ ଗୁର୍ଲା, ସଙ୍ଗୀତଜ୍ଞ ସୁରେନ୍ଦ୍ର ସାହୁଙ୍କ ସମେତ ବ୍ଲକ କର୍ମଚାରୀ ଅମିତ ମେହେର ଓ ଝସକେତନ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ବିଚାରକ ଭାବେ ସଚିଦାନନ୍ଦ ସାହୁ, ଅନ୍ତର୍ଯ୍ୟାମୀ ମେହେର, ଅଞ୍ଜଳି ପରିଡ଼ା ଓ ମମତା ବରିହା ଯୋଗଦେଇଥିଲେ। ପ୍ରତିଯୋଗିତାରେ ସଫଳତା ହାସଲ କରି ଲୋକନୃତ୍ୟରେ ବରିକେଲର ସୁରସରଗମ ସାଂସ୍କୃତିକ ଅନୁଷ୍ଠାନ, ଲୋକଗୀତରେ ଦହିତାର ବୁଦ୍ଧଦେବ ମେହେର କଲେଜ ଏବଂ ନୁକଡ଼ ନାଟକରେ ବରିକେଲ ସଂସ୍କୃତ ମହାବିଦ୍ୟାଳୟ ଜିଲ୍ଲାସ୍ତରକୁ ମନୋନୀତ ହୋଇଛନ୍ତି।
ସେହିପରି କବିତା ଲିଖନରେ ସାଦିକା ଆଫ୍ରିନ୍ ଓ ତୁଷାର ପଟେଲ ଏବଂ ଚିତ୍ରକଳାରେ ମେଘନା ତରିଆ ଓ ସୁବ୍ରତ ବରିହା ଜିଲ୍ଲାସ୍ତରକୁ ମନୋନୀତ ହୋଇଛନ୍ତି।
ବ୍ଲକ ପ୍ରଶାସନ ଓ ବ୍ଲକ କଳା ସାଂସ୍କୃତିକ ସଂଘର ଆୟୋଜନ ଓ ସହଯୋଗରେ ଏହି ଯୁବ ଉତ୍ସବ ସଫଳତାର ସହ ଆୟୋଜିତ ହୋଇଥିଲା।