କାଶୀନଗର: କାଶୀନଗର ବ୍ଲକର କେ ସୀତାପୁରରେ ୬୭ ସେଣ୍ଟ ସରକାରୀ ଜମିରୁ ହଟିଲା ଜବରଦଖଲ
କାଶୀନଗର ବ୍ଲକ କେ ସୀତାପୁର ମାର୍କେଟ ଛକରେ ସରକାରୀ ଜମିରେ ହୋଇଥିବା ଜବରଦଖଲକୁ ଉଚ୍ଛେଦ କରାଯାଇଛି। ସରପଞ୍ଚଙ୍କ ଦାବି କ୍ରମେ ତହସିଲଦାରଙ୍କ ଉପସ୍ଥିତିରେ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଉକ୍ତ ଜମି ପଞ୍ଚାୟତର ସାଧାରଣ ଉନ୍ନୟନ କାର୍ଯ୍ୟରେ ବ୍ୟବହୃତ ହେବ।