ଢେ଼ଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଓଡ଼ାପଡ଼ା ତହସିଲ କାର୍ଯ୍ୟାଳୟ ଠାରେ ଆଜି ତା ୧ ।୧୧।୨୫ ରିଖ ପୂର୍ବାହ୍ନ ୧୧ଘଣ୍ଟା ସମୟରେ ଉପନିବନ୍ଧକ କାର୍ଯ୍ୟାଳୟ ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଙ୍କ ଦ୍ଵାରା ଭର୍ଚୁଆଲ ମାଧ୍ୟମରେ ଉଦ୍ଘାଟନ ହୋଇ ଯାଇଅଛି। ରାଜ୍ୟ ସରକାର ଜନସାଧାରଣ ଙ୍କୁ ଘର ପାଖରେ ସମସ୍ତ ସେବା ଯୋଗାଇଦେବାକୁ ଲକ୍ଷ୍ୟ ରଖି ପ୍ରତ୍ୟେକ ବ୍ଲକ କାର୍ଯ୍ୟାଳୟ ନିକଟରେ ଗ୍ରାମୀଣ ନ୍ୟାୟାଳୟ ଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ ସେବା ଓ ଜମି କିଣା ବିକା ରେଜିଷ୍ଟ୍ରେସନ ଅଫିସ୍ କାର୍ଯ୍ୟାଳୟ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା।