*ଜର୍ଣ୍ଣାଲିଷ୍ଟସ୍ ଆସୋସିଏସନ ରାଉରକେଲା ପକ୍ଷରୁ ୮୦ତମ ସ୍ଵାଧୀନତା ଦିବସ ପାଳିତ*
ରାଉରକେଲା ୧୫/୮, ଆଜି ସମଗ୍ର ଦେଶ ପାଳନ କରୁଛି ୮୦ତମ ସ୍ଵାଧୀନତା ଦିବସ। ଜର୍ଣ୍ଣାଲିଷ୍ଟସ୍ ଆସୋସିଏସନ, ରାଉରକେଲା ପକ୍ଷରୁ ୮୦ତମ ସ୍ବାଧିନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଜର୍ଣ୍ଣାଲିଷ୍ଟସ୍ ଆସୋସିଏସନର ସଭାପତି ବିରଞ୍ଚି ନାରାୟଣ ପଟ୍ଟନାୟକଙ୍କ ଆବାହକତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ରାଉରକେଲା ଗଭର୍ଣ୍ଣମେଣ୍ଟ କଣ୍ଟ୍ରାକ୍ଟର ଆସୋସିଏସନର ସଭାପତି ତାପସ କୁମାର ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥି, ସାମ୍ବାଦିକ ଓ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତାମାନେ ଜାତୀୟ ସଙ୍ଗୀତ ଗାନ କରିଥିଲେ। ମୁଖ୍ଯ ଅତିଥି ଶ୍ରୀ ଆଚାର୍ଯ୍ୟ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଦେଶ ଆଜି ୮୦ତମ ସ୍ବାଧିନତା ଦିବସ ପାଳନ କରୁଛି। କିନ୍ତୁ ଏ ଦେଶ ପାଇଁ ପ୍ରାଣବଳି ଦେଇଥିବା ଦେଶଭକ୍ତ ତଥା ସଂଗ୍ରାମୀମାନଙ୍କୁ ଆମେ ଭୁଲି ଯାଉଛନ୍ତି। ତାଙ୍କୁ ଆଜିର ଦିନରେ ମନେପକାଇବା ସହିତ ସ୍ଵଚ୍ଛ ଭାରତ ପାଇଁ ସ୍ବଚ୍ଛ ଶାସନର ଆବଶ୍ୟକତା ରହିଛି। ସାମ୍ବାଦିକମାନେ ହେଉଛନ୍ତି ସ୍ଵଚ୍ଛ ଶାସନର ମୂଳ ପିଣ୍ଡ, ତାଙ୍କ କଲମ ମୁନରେ ସ୍ବଚ୍ଛ ଶାସନ ହିଁ ସମ୍ଭବ ହୋଇପାରିବ।
କାର୍ଯ୍ୟକ୍ରମରେ ଅତିଥି ଭାବେ ବିମଲ କୁମାର ବିଶି, ମନୋରଞ୍ଜନ ଦାଶ, ପି ପି ରାୟଙ୍କ ସମେତ ଜର୍ଣ୍ଣାଲିଷ୍ଟସ୍ ଆସୋସିଏସନର ସଭାପତି ବିରଞ୍ଚିନାରାୟଣ ପଟ୍ଟନାୟକ, ସାଧାରଣ ସମ୍ପାଦକ ଅରୁଣ କୁମାର ଦାସ, ଉପସଭାପତି କୁଞ୍ଜବିହାରୀ ରାଉତ, ସହସମ୍ପାଦକ ଗନ୍ଦୁର ଓରାମ, କୋଷାଧ୍ୟକ୍ଷ ସୁମନ୍ତ ଜେନା, କାର୍ଯ୍ୟକାରୀ ସଦସ୍ୟ ଶୈଳେନ୍ଦ୍ର କୁମାର ସାହୁ, ସୁଦୀପ ଦେ, ଦିଲ୍ଲୀପ ଶର୍ମା, ଅଶୋକ କୁମାର ଦାଶ, ରଞ୍ଜିତ କୁମାର ପ୍ରଧାନ (ପଲଟୁ ଭାଇ), ବସନ୍ତ ମିଶ୍ର, ଅନୀଲ ମହାନ୍ତି, ସସ୍ମିତା ପ୍ରଧାନ, କମଳାକାନ୍ତ ରାଉତ, ବିପ୍ଳବ ରଂଜନ ଦାଶ, ସରୋଜ ଜେନା, ସଂଗ୍ରାମ ଭୂୟାଁ, ସରୋଜ କୁମାର ବେହେରା, ସନ୍ତୋଷ କୁମାର ସ୍ବାଇଁ, ସତ୍ଯାନନ୍ଦ ବେହେରା, ରାଜେନ୍ଦ୍ର ପଣ୍ଡା, ସୌମ୍ୟରଞ୍ଜନ ରାଉତ, ରାଜ ମହାନ୍ତି, ଡ଼.ବସନ୍ତ କୁମାର ଦାସ ପ୍ରମୁଖ ୮୦ତମ ସ୍ଵାଧୀନତା ଦିବସ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।