#କୋରାପୁଟରେ_୧୪ତମ_ଜାତୀୟ_ବନ_ସହିଦ_ଦିବସ_ପାଳିତ
କୋରାପୁଟରେ ଓଡ଼ିଶା ଅଣଗେଜେଟେଡ ବନ ସେବା ସଂଘ ପକ୍ଷରୁ ୧୪ତମ ଜାତୀୟ ବନ ସହିଦ ଦିବସ ପାଳିତ ହୋଇଛି। କେନ୍ଦ୍ରୀୟ ଚାରା ଉତ୍ପାଦନ କେନ୍ଦ୍ର ପରିସରରେ କୋରାପୁଟ ସର୍କଲ ଜୋନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ କୋରାପୁଟ ଡିଏଫଓ ଶ୍ରୀ ସିଦ୍ଧାର୍ଥ ଜୈନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।
ସମ୍ମାନିତ ଅତିଥି ଭାବେ ଜୟପୁର କେଏଲ ଡିଭିଜନର ଡିଏଫଓ ଶ୍ରୀ ଏ. ଉମା ମହେଶ, କୋରାପୁଟ ଏସିଏଫ ଶ୍ରୀ ଜଗନ୍ନାଥ ପ୍ରସାଦ ବିଶୋୟୀଙ୍କ ସମେତ ବିଭିନ୍ନ ରେଞ୍ଜର ରେଞ୍ଜ ଅଫିସର ଓ ବନ ବିଭାଗର କର୍ମଚାରୀମାନେ ଯୋଗଦେଇଥିଲେ।
ଏହି ଅବସରରେ ବନ ଓ ବନ୍ୟଜନ୍ତୁ ସୁରକ୍ଷା କରିବା ସମୟରେ ନିଜ ଜୀବନକୁ ବଳିଦାନ ଦେଇଥିବା ବନ ସହିଦମାନଙ୍କୁ ଶ୍ରଦ୍ଧାର ସହ ସ୍ମରଣ କରାଯାଇଥିଲା। ବନ ସୁରକ୍ଷା ପାଇଁ ସେମାନଙ୍କ ତ୍ୟାଗ, ସାହସ ଓ କର୍ତ୍ତବ୍ୟନିଷ୍ଠାକୁ ସମ୍ମାନ ଜଣାଇବା ସହ ଜଙ୍ଗଲ, ପରିବେଶ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ସମସ୍ତେ ଏକଜୁଟ ହୋଇ କାମ କରିବାକୁ ଆହ୍ୱାନ ଦିଆଯାଇଥିଲା।
🌿 ବନ ସହିଦଙ୍କ ତ୍ୟାଗକୁ ସମ୍ମାନ, ଜଙ୍ଗଲ ସୁରକ୍ଷା ପାଇଁ ସଙ୍କଳ୍ପ।
#Koraput #ForestMartyrsDay #NationalForestMartyrsDay #ForestDepartment #ForestProtection #WildlifeProtection #Odisha #News11Odia