ଗହଣାର ଗାଁ କରମୂଳ ।
ସୁନା ଅଳଙ୍କାର ପ୍ରତି ଅନେକଙ୍କର ଦୁର୍ବଳତା ଥାଏ। ଅନେକେ ମାତ୍ର ସୁନା ଦର ଦେଖି ଚୁପ୍ ରହି ଯାଆନ୍ତି ଅନେକ । ତେବେ ସୁନାର ଜାଗା ଏବେ ବିଭିନ୍ନ ଧାତୁ ତିଆରି ଗହଣା ନେଇଛି। ତମ୍ବା ଓ ପିତଳରେ ବିଭିନ୍ନ ଆକର୍ଷଣୀୟ ଅଳଙ୍କାର ତିଆରି କରୁଛନ୍ତି।
ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ ଯୋରନ୍ଦା ନିକଟ କରମୂଳ ଓ ଗୋବର୍ଦ୍ଧନପୁର ଗାଁର କାରିଗରମାନେ। ଗାଁକୁ ପ୍ରବେଶ କଲା ମାତ୍ରେ ଆଖିରେ ପଡ଼େ ସମସ୍ତଙ୍କ ହାତରେ ଛୋଟ ବଡ଼ ହାତୁଡ଼ି । ସେହି ହାତୁଡ଼ି ମାଡ଼ରେ ରୂପ ନେଇଥାଏ ଆକର୍ଷଣୀୟ ଅଳଙ୍କାର । ସୁନା ନ ହୋଇ ବି ଝଟକୁଥାଏ ସୁନା ଭଳି ତମ୍ବା ଓ ପିତଳ ତିଆରି ଏହି ଅଳଙ୍କାର ଗାଁକୁ ଦେଇଛି ସ୍ବତନ୍ତ୍ର ପରିଚୟ । ତଥାପି ଗାଁଟିର ଅସ୍ତିତ୍ବ ବିଷୟରେ ଅନେକେ ଜାଣନ୍ତି ନାହିଁ। ଏହି ଗାଁରେ ଦୀର୍ଘ ବର୍ଷ ହେଲା ଆଦିବାସୀ ଗହଣା ଭଳି ଦିଶୁଥିବା ପିତଳ ଗହଣା ତିଆରି ହୋଇଆସୁଛି। ଯେଉଁମାନେ ପୂର୍ବରୁ ସୁନା ଗହଣା ତିଆରି କରୁଥିଲେ ସେମାନେ ଜନଜାତିଙ୍କ ପାଇଁ ବି ଗହଣା ତିଆରି କରୁଥିଲେ। କିଛିବର୍ଷ ପୂର୍ବେ ଏକ ସଂସ୍ଥା ସେମାନଙ୍କୁ ଅଳଙ୍କାର ଗଢ଼ିବା ପାଇଁ ପ୍ରୋତ୍ସାହିତ କରିଥିଲା। କାରିଗରମାନେ ପିତଳ,ତମ୍ବାରେ ଅଳଙ୍କାର ତିଆରି କଲେ। ଗାଁର ସ୍ୱର୍ଗତ ଭାଗ୍ୟଧର ମହାରଣା,କୃଷ୍ଣ ମହାପାତ୍ର,ପ୍ରଫୁଲ୍ଲ ମହାରଣା ପ୍ରମୁଖ ପ୍ରଥମେ ତମ୍ବା ପିତଳର ଅଳଙ୍କାର ଗଢ଼ିବାଆରମ୍ଭ କରିଥିଲା ବେଳେ ସେହି ସଂସ୍ଥା ଅଳଙ୍କାର ସବୁ କିଣିନେଉଥିଲା। ମାତ୍ର ଏବେ କାରିଗରମାନେ ନିଜେ ଏସବୁ ଅଳଙ୍କାର ବିକ୍ରି କରୁଛନ୍ତି।
।। ଜଟିଳ ପ୍ରକ୍ରିୟାରେ ଗଢ଼ାହୁଏ ।।
ଏହା ଏକ ହସ୍ତକଳା ହୋଇଥିବାରୁ ବିଭିନ୍ନ ଜଟିଳ ପର୍ଯ୍ୟାୟ ଦେଇ ଗଢ଼ିବାକୁ ହୁଏ। କଞ୍ଚାମାଲ ଭାବେ ପିତଳ ତାର ଓ ଚାଦର ବା ପ୍ଲେଟ ଆଦି କଲିକତାରୁ ଅଣାଯାଏ। ବରିଷ୍ଠ କାରିଗର ହୃଷିକେଶ ମହାରଣାଙ୍କ କହିବା ଅନୁସାରେ,ପିତଳକୁ ପ୍ରଥମେ ନିଆଁରେ ପୋଡ଼ି ନରମ କରାଯାଏ। ଏହାପରେ ଗାରଗାର ପଡି ପ୍ରସ୍ତୁତ ହୋଇଥିବା ଏକ କାଠରେ ପିତଳକୁ ରଖି ହାତୁଡିରେ ପିଟାଯାଏ। ଫଳରେ ତାରର ମଝିରେ ଏକ ଧାର ଭଳି ହୋଇଯାଏ। ତାହାକୁ ପୁଣି ନିଆଁରେ ପୋଡ଼ାଯାଏ। ଏହାପରେ ଛୋଟ ଛୋଟ ଖଣ୍ଡ କରି କଟାଯାଏ। ସେହି ଛୋଟ ଖଣ୍ଡକୁ ଏକ ଲୁହା କଣ୍ଟା ଓ ହାତୁଡି ସାହାଯ୍ୟରେ ପିଟି ମାଳି ଆକୃତିର ଗୋଲ କରାଯାଇ ତାହା ମଝିରେ ସୁତା ଭରିବାକୁ ଛିଦ୍ର କରାଯାଏ। ସେସବୁକୁ ଏସିଡିରେ ସଫା କରିବା ପରେ ପୋଡି ଯାଇଥିବା ପିତଳ ଝଟକି ଉଠେ। ପରେ ସୁତାରେ ଗୁନ୍ଥାଯାଇ ପ୍ରସ୍ତୁତ ହୁଏ ତାରା କାନଫୁଲ,ଗଛ କାନଫୁଲ,ଚକି କାନଫୁଲ,ପତ୍ରି କାନଫୁଲ,ପାଉଁଜି,ବ୍ରେସଲେଟ୍ ଆଦି ଅଳଙ୍କାର।
।। ଆକର୍ଷିତ କରୁଛି ନୂଆ ଶୈଳୀ ।।
ଏହି ଅଳଙ୍କାରଗୁଡ଼ିକ ଦେଖିବାକୁ ଆଦିବାସୀ ଅଳଙ୍କାର ଭଳି । ପୁରୁଣା ଶୈଳୀର ଅଳଙ୍କାର ସହ ଏବେ କାରିଗରମାନେ ନୂଆ ନୂଆ ଶୈଳୀର ଅଳଙ୍କାର ତିଆରି କରୁଛନ୍ତି। ବିଭିନ୍ନ ଚଳଚ୍ଚିତ୍ର,ଧାରାବାହିକରେ ପିନ୍ଧା ଯାଉଥିବା ଅଳଙ୍କାର ଦେଖି କାରିଗରମାନେ ସେପରି ତିଆରି କରୁଛନ୍ତି। ଏବେ ସମସ୍ତେ ବେକରେ ଯେପରି ଇୟର ଫୋନ୍ ପକାଉଛନ୍ତି ସେହି ଶୈଳୀରେ ଅଳଙ୍କାର ତିଆରି ହେଉଛି। ଯାହାର ଚାହିଦା ଅଛି ବୋଲି କୁହନ୍ତି କାରିଗର ମନୋଜ ମହାରଣା।
।।ବିଦେଶରେ ଆଦର,ଓଡ଼ିଶାରେ ନାହିଁ ।।
ଦିନକୁ ଦିନ ପିତଳ,ତମ୍ବାର ମୂଲ୍ୟ ବଢ଼ୁଥିବା ବେଳେ ପରିଶ୍