ଓଡ଼ିଶାରେ ୫ଟି ଓରାଙ୍ଗଉଟାନ ।
ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ବିଚିତ୍ରପୁର ଜଙ୍ଗଲରେ ୫ଟି ଓରାଙ୍ଗଉଟାନ ଠାବ ହୋଇଛି। ତେବେ ଗ୍ରାମାଞ୍ଚଳର ଏହି ଜଙ୍ଗଲକୁ ଏଭଳି ଜୀବ କେଉଁଠୁ ଆସିଲେ ସସପେନ୍ସ । ସୂଚନା ପାଇ ଉଦ୍ଧାର କଲେ ବନ କର୍ମଚାରୀ,ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ନେଲେ । ପରବର୍ତ୍ତୀ ପଦକ୍ଷେପ ନେଇ ସ୍ପଷ୍ଟ କରିନି ବନ ବିଭାଗ । ପ୍ରକୃତିର ଆଶ୍ଚର୍ଯ୍ୟ ନା ଚୋରାଚାଲାଣର ସୁରାକ ?
ବିଚିତ୍ରପୁର ସଂରକ୍ଷିତ ମ୍ୟାନ୍ଗ୍ରୋଭ୍ ଜଙ୍ଗଲରୁ ୫ଟି ବିରଳ ଓରାଙ୍ଗଓଟାଙ୍ଗ ଉଦ୍ଧାର ହେବା ଘଟଣା ଏବେ ସମସ୍ତଙ୍କୁ ଚକିତ କରିଛି। ମୁଖ୍ୟତଃ ମାଲେସିଆ ଓ ଇଣ୍ଡୋନେସିଆର ବର୍ଷାରଣ୍ୟରେ ଦେଖାଯାଉଥିବା ଏହି ବିପନ୍ନ ପ୍ରଜାତି ପ୍ରାୟ ୧୮୦୦ ମାଇଲ୍ ସାମୁଦ୍ରିକ ଦୂରତା ଅତିକ୍ରମ କରି ଉତ୍ତର ବାଲେଶ୍ୱର ଉପକୂଳରେ ମିଳିବା ପରିବେଶବିତ୍ ଓ ବନ୍ୟପ୍ରାଣୀ ବିଶେଷଜ୍ଞଙ୍କୁ ଆଶ୍ଚର୍ଯ୍ୟରେ ପକାଇଛି। ଏହା ପ୍ରାକୃତିକ ଭାବେ ୧୫୦-୨୦୦ କିଲୋମିଟର ଦୂର ସୁନ୍ଦରବନ ଦେଇ ଗଙ୍ଗା-ହୁଗୁଳି ନଦୀର ପ୍ରତିବନ୍ଧକ ପାର ହୋଇ ଆସିଛନ୍ତି ନା ସମୁଦ୍ର ପଥରେ ଚୋରାଚାଲାଣ ବେଳେ ଏଠାରେ ଖସି ଆସିଛନ୍ତି, ତାହା ଏବେ ଏକ ବଡ଼ ରହସ୍ୟ ପାଲଟିଛି; ଯାହା ବନ ବିଭାଗ ପାଇଁ ଏକ ଗମ୍ଭୀର ଅନୁସନ୍ଧାନର ବିଷୟ।#public#newsodiaodisha#baleswar