କେଶାଇବାହାଲ ବିଜିଡ଼ି କଲେଜରେ ତ୍ରିରଙ୍ଗା ଯାତ୍ରା
ବାସୁଦେବ ଗୋଦାବରୀ ଡିଗ୍ରୀ କଲେଜ, କେଶାଇବାହାଲ ପକ୍ଷରୁ କଲେଜ ଅଧ୍ୟକ୍ଷ୍ୟ ଶ୍ରୀ ଦୟାସାଗର ପ୍ରଧାନଙ୍କର ଅଧ୍ୟକ୍ଷତାରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ରେଡକ୍ରସ କାଉନସିଲର ହରେଶ କୁମାର ସାହୁ ଓ ଏନ୍ଏସ୍ଏସ୍ କୋଡିନେଟର ବିନୋଦ ବିହାରୀ ପୃଷେଠ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଶତାଧିକ ଛାତ୍ର ଛାତ୍ରୀ ତ୍ରିରଙ୍ଗା ଶୋଭାଯାତ୍ରା ରେ କଲେଜ ପରିସରରୁ ବାହାରି କେଶାଇବାହାଲ ସହର ପରିକ୍ରମା କରିଥିଲେ । ଦେଶାତ୍ମବୋଧକ ସଙ୍ଗୀତ ଓ ସ୍ଲୋଗାନରେ ଅଞ୍ଚଳରର ପରିବେଶ ପ୍ରକମ୍ପିତ ହୋଇଥିଲା । ଅଧ୍ୟାପକ ରୋଶନ ଶର୍ମା, ଅଧ୍ୟାପିକା ଯଶୋଦା ମାଝୀ, ଚନ୍ଦ୍ରିକା ନାଏକ, ପି.ଇ.ଟି ମନୋଜ ପଟେଲ କର୍ମଚାରୀ ଅଶୋକ ଭଇଁସା ତ୍ରିରଙ୍ଗା ଯାତ୍ରା ରେ ସାମିଲ ହୋଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । #kuchindatvlive #kuchinda #odishanews #sambalpur