ବୌଦ୍ଧରେ 'ବେଟି ବଚାଓ, ବେଟି ପଢ଼ାଓ' ଯୋଜନାର ଜିଲ୍ଲା ସ୍ତରୀୟ ସମନ୍ୱୟ ବୈଠକ ଅନୁଷ୍ଠିତ
କନ୍ୟା ସନ୍ତାନମାନଙ୍କ ସୁରକ୍ଷା, ସ୍ୱାସ୍ଥ୍ୟ ଏବଂ ଶିକ୍ଷାର ବିକାଶକୁ ତୃଣମୂଳ ସ୍ତରରେ ଆହୁରି ସକ୍ରିୟ କରିବା ପାଇଁ ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ଅଧ୍ୟକ୍ଷତା କରିଥିଲେ
ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା
ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ସାଗରିକା ଦତ୍ତ l ଶିକ୍ଷା, ସ୍ୱାସ୍ଥ୍ୟ, ପୋଲିସ, ମିଶନ ଶକ୍ତି, ଶ୍ରମ ଓ ସାମାଜିକ ସୁରକ୍ଷା ଭଳି ପ୍ରମୁଖ ବିଭାଗଗୁଡ଼ିକ ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ।
ପ୍ରତ୍ୟେକ ପଲ୍ଲୀସଭା ଓ ଗ୍ରାମସଭାରେ ଏହା ଉପରେ ଚର୍ଚ୍ଚା କରିବା ସହ ଦେଶର ସଫଳ ମହିଳାମାନଙ୍କ ଜୀବନୀ ମାଧ୍ୟମରେ କନ୍ୟା ସନ୍ତାନ ଓ କିଶୋରୀମାନଙ୍କୁ ପ୍ରେରିତ କରିବାକୁ ପରାମର୍ଶ।
ବେଟି ବଚାଓ, ବେଟି ପଢ଼ାଓ ଯୋଜନାର ସଫଳତା ପାଇଁ ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ୱାରା ସାମୂହିକ ଶପଥ ପାଠ।
'ଡିଷ୍ଟ୍ରିକ୍ଟ ହବ୍ ଫର୍ ଏମପାୱାରମେଣ୍ଟ ଅଫ୍ ୱିମେନ୍' (DHEW) ର ସୁଜାତା ପାଣିଗ୍ରାହୀ ଓ ଟିମ୍ଙ୍କ ଦ୍ୱାରା କାର୍ଯ୍ୟକ୍ରମଟି ସୁଚାରୁରୂପେ ପରିଚାଳିତ ହୋଇଥିଲା।
#Boudh #BetiBachaoBetiPadhao #WomenEmpowerment #DistrictAdministrationBoudh #Odisha #GirlChildEducation #dewalt