ସ୍ଵେଚ୍ଛାସେବୀ ସଂଗଠନ 'YCDA' ନାଁରେ ସଙ୍ଗୀନ ଅଭିଯୋଗ: ସ୍କୁଲରେ ଶିକ୍ଷକ, ପଥ ଉତ୍ସବରେ ପିଲା
ସରକାର ସ୍କୁଲରେ ଶତପ୍ରତିଶତ ଉପସ୍ଥାନ ଏବଂ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ପାଇଁ ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ, ବୌଦ୍ଧ ଜିଲ୍ଲାରେ ଏକ ଅଜବ ଚିତ୍ର ସାମ୍ନାକୁ ଆସିଛି। ସ୍ଵେଚ୍ଛାସେବୀ ସଂଗଠନ 'ୱାଇସିଡିଏ' (YCDA) ଶିକ୍ଷା ବିଭାଗର ବିନା ଅନୁମତିରେ ସ୍କୁଲ ସମୟରେ ଛାତ୍ରଛାତ୍ରୀଙ୍କୁ ନେଇ ନିଜର କାର୍ଯ୍ୟକ୍ରମ ଆୟୋଜନ କରୁଥିବା ଅଭିଯୋଗ ହୋଇଛି।
ତାଲପଦର କ୍ଲଷ୍ଟର ଅନ୍ତର୍ଗତ କେତେକ ବିଦ୍ୟାଳୟର ପିଲାମାନେ ସ୍କୁଲ ଛାଡ଼ି 'ଶିଶୁ ପଥ ଉତ୍ସବ'ରେ ସାମିଲ ହୋଇଥିବା ବେଳେ ସ୍କୁଲରେ ଶିକ୍ଷକ-ଶିକ୍ଷୟିତ୍ରୀ ପିଲା ନଥାଇ ବସି ରହିଥିଲେ। ଶିକ୍ଷା ବିଭାଗର କୌଣସି ପୂର୍ବ ଅନୁମତି ନନେଇ ପୁରୁମୁଣ୍ଡା ଗ୍ରାମରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା, ଯେଉଁଥିରେ YCDA ର ମୁଖ୍ୟ ରାଜେନ୍ଦ୍ର ମେହେର ଓ ନେଦରଲ୍ୟାଣ୍ଡସର ଜଣେ ମହିଳା ଯୋଗ ଦେଇଥିଲେ।
ଏପରିକି କିଛି ବିଦ୍ୟାଳୟ ଗୁଡ଼ିକ ବନ୍ଦ ଥିବା ସ୍କୁଲ ଗୃହରେ ସଂଗଠନର କାର୍ଯ୍ୟାଳୟ ଚାଲିଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି l ଏହି ସଙ୍ଗୀନ ଅଭିଯୋଗକୁ ନେଇ ବୌଦ୍ଧ ଜିଲ୍ଲା ଶିକ୍ଷା ଅଧିକାରୀ (DEO) ଟେମଲାଲ ଦୁବେ ପ୍ରତିକ୍ରିୟା ଦେଇଛନ୍ତି। କେଉଁ ସ୍କୁଲରୁ କେତେ ପିଲା ଅନୁପସ୍ଥିତ ରହି ପଥ ଉତ୍ସବକୁ ଯାଇଥିଲେ, ତାହାର ସମ୍ପୂର୍ଣ୍ଣ ରିପୋର୍ଟ ଦେବାକୁ ପ୍ରଧାନଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ମିଳିବା ପରେ କାରଣ ଦର୍ଶାଅ (Show Cause) ନୋଟିସ ଜାରି କରାଯିବ ବୋଲି ସୂଚନା ମିଳିଛି।
ସ୍କୁଲ ସମୟରେ ପିଲାଙ୍କ ପାଠପଢ଼ାକୁ ବାଜି ଲଗାଇ ଏପରି କାର୍ଯ୍ୟକ୍ରମ କରିବା କେତେଦୂର ଯୁକ୍ତିଯୁକ୍ତ? ଆପଣଙ୍କ ମତାମତ କମେଣ୍ଟରେ ଜଣାନ୍ତୁ।
#BoudhNews #OdishaEducation #YCDA #OdishaNews #TheSamaja #schoolnewsletter