ଆଜି କୁନ୍ତରା କଲେଜରେ ଖେଲୋ ଭାରତ ଜିତୋ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଆଜି ଗୋକୁଳ ପାର୍ବତୀ ଗ୍ରାମ୍ୟ ମହାବିଦ୍ୟାଳୟରେ ଭାରତ ସରକାର ତଥା ଉଚ୍ଚଶିକ୍ଷା ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶକ୍ରମେ ଖେଲୋ ଭାରତ ଜିତୋ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ କଲେଜ ଅଧ୍ୟକ୍ଷ ଶ୍ରୀ ତରୁଣ କୁମାର ପୃସେଠଙ୍କ ମାର୍ଗଦର୍ଶନରେ କଲେଜର ବରିଷ୍ଠ ଅଧ୍ୟାପକ ଟିକେ ଲାଲ୍ ମେହେର , ଦୀପିକା ବେହେରା , ଶିବଶଙ୍କର ମଲ୍ଲିକ , ସ୍ମିତା ପଟେଲ ,ରତ୍ନମଞ୍ଜରୀ ସାହୁ , ସମସ୍ତ ଅଧ୍ୟାପକ ଅଧ୍ୟାପିକା ଅଣଶିକ୍ଷକ କର୍ମଚାରୀ ତଥା ଶତାଧିକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରି ଗ୍ରାମ ପରିକ୍ରମା କରିଥିଲେ ।
ଏହାପରେ କ୍ରୀଡା ଦାୟୀତ୍ୱରେ ଥିବା ଉପସଭାପତି ଯୋଗିନ୍ଦ୍ର ମୁଦୁଲି , ଇତିହାସ ବିଭାଗର ଅଧ୍ୟାପକ ରାଜେଶ ମାକର ଛାତ୍ରଛାତ୍ରୀ ମାନଙ୍କୁ ଭିନ୍ନ ଭିନ୍ନ ଖେଳ ଅଭ୍ୟାସ କରି ନିଜ ନିଜ ଚେଷ୍ଟା ଫଳରେ ଆଗକୁ ବଢ଼ିବା ପାଇଁ ମାର୍ଗଦର୍ଶନ ଦେଇଥିଲେ । ଏଥିରେ ଆମ ରାଷ୍ଟ୍ର ଖେଳ ହକିଠୁ ଆରମ୍ଭ କରି ଫୁଟବଲ, ଭଲିବଲ, ବ୍ୟାଡମିଣ୍ଟନ,କେରମ ତଥା ଛାତ୍ରଛାତ୍ରୀ ମାନଙ୍କ ଉତ୍ସାହିତକୁ ନେଇ ରସି ଟଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହାପରେ ଜାତୀୟ ସେବା ଅଧିକାରୀ ତୁଳାରାମ ଡନସେନା ଙ୍କ ସହଯୋଗରେ କଲେଜ ପରିସର ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା । #kuchinda #kuchindatvlive