କୁଟୁରାଚୁଆଁ ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟ ରେ ଗୁରୁଦିବସ,ପ୍ରତିଷ୍ଠା ଦିବସ ଓ ବିଦ୍ୟାରମ୍ଭ ଦିବସ ପାଳିତ କୁଚିଣ୍ଡା; କୁଚିଣ୍ଡା ବ୍ଳକ ଅନ୍ତର୍ଗତ କୁଟୁରାଚୁଆଁ ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟ ରେ ଅଧ୍ୟକ୍ଷ ନିଳାଞ୍ଚଳ ତିଓ୍ୟାରୀ ଙ୍କ ସଭାପତିତ୍ବ ରେ ୩୬ ତମ ପ୍ରତିଷ୍ଠା,ବିଦ୍ୟାରମ୍ଭ ଦିବସ ଓ ଡକ୍ଟର ସର୍ବପଲ୍ଲି ରାଧାକ୍ରିଷନ ଙ୍କ ଜନ୍ମଜୟନ୍ତି ଅବସର ରେ ଗୁରୁଦିବସ ପାଳିତ ହୋଇଯାଇଅଛି। ପ୍ରଥମେ ଜମିଦାତା କାର୍ତ୍ତିକେଶ୍ବର ମହାପାତ୍ର କଲେଜ ର ପତାକା ଉତ୍ତୋଳନ କରି କାର୍ୟକ୍ରମ ର ଶୁଭାରମ୍ଭ କରିଥିଲେ। ପ୍ରାରମ୍ଭ ରେ ଉପସ୍ଥିତ ଅତିଥୀଗଣ ମାଁ ସମଲେଶ୍ବରୀ ଓ ଡକ୍ଟର ସର୍ବପଲ୍ଲି ରାଧ ଙ୍କ ଫଟୋଚିତ୍ର ରେ ଦୀପ ପ୍ରଜ୍ଜଳନ କରି ପୁଷ୍ପ ଅର୍ପଣ କରିବା ପରେ ତ୍ରିମାସିକ ପତ୍ରିକା ଅମୃତଝର କୁ ଉନ୍ନୋଚନ କରିଥିଲେ। ଛାତ୍ରୀମାନେ ଗୁରୁଦିବସ ଅବସର ରେ ଗୁରୁ ପୂଜକ କରି ଗୀତଗାନ କରିଥିଲେ। ଏହି ଅବସର ରେ କୁଚିଣ୍ଡା ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରମୋଦ କୁମାର ସ୍ବାଇଁ ମୁଖ୍ୟ ଅତିଥୀ ଭାବରେ ଯୋଗ ଦେଇ ଗୁରୁ ଶିଷ୍ୟ ପରମ୍ପରା ବିଷୟରେ ଉଦବୋଧନ ଦେଇଥିବା ବେଲେ ଲଇଡା ଦୂତିକା ସାହୁ ମହାବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷ ରସାନନ୍ଦ ସାଥୁଆ ମୁଖ୍ୟବ୍ୟକ୍ତା ଭାବରେ ଯୋଗ ଦେଇ ଛାତ୍ର ଛାତ୍ରୀମାନଙ୍କ ଉତ୍ତମ ନାଗରିକ ହେବା ପାଇଁ ଗୁରୁ ଙ୍କ ଭୁମିକା ବିଷୟରେ ଉଦବୋଧନ ଦେଇଥିଲେ। ବିଦ୍ୟାଳୟ ର ବରିଷ୍ଠ ଅଧ୍ୟାପକ କୃଷ୍ଣଚନ୍ଦ୍ର ପୂଝାରୀ ଅତିଥୀ ପରିଚୟ କରିଥିବା ବେଲେ ଅଧ୍ୟାପିକା ଭାବନା ପାଣ୍ଡେ ବିବରଣୀ ପାଠ କରିଥିଲେ । ଅବସରପ୍ରାପ୍ତ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ନାଏକ, କୁଚିଣ୍ଡା ଜିଲ୍ଲା ପରିଷଦ ସଭ୍ୟ ଅଜିତ କୁମାର ମହାପାତ୍ର,ପରିଚାଳନା ସମିତି ପୂର୍ବତନ ସଂପାଦକ ହିମାଂଶୁ କୁମାର ମହାପାତ୍ର,ପୂର୍ବତନ ପ୍ରଧାନ ଶିକ୍ଷକ ବିନୋଦ ବିହାରୀ ପଟେଲ ଓ ପୂର୍ବତନ ଶିକ୍ଷକ ପ୍ରତାପ ପୂରୋହିତ ସମ୍ମାନିତ ଅତିଥୀ ଭାବରେ ଯୋଗ ଦେଇ ଛାତ୍ର ଛାତ୍ରୀମାନଙ୍କୁ ଗୁରୁଦିବସ ବିଷୟରେ ମାର୍ଗଦର୍ଶନ ଦେଇଥିଲେ। ମୁଖ୍ୟ ଅତିଥୀ ଓ ଅନ୍ୟାନ୍ୟ ଅତିଥୀଗଣ ଯେଉଁ ୯ ଜଣ ଛାତ୍ର ଛାତ୍ରୀମାନଙ୍କୁ ୨୦୨୬ ମସିହା ଯୁକ୍ତ ଦୁଇ ବାର୍ଷିକ ପରିକ୍ଷା ରେ ପ୍ରଥମ ଶ୍ରେଣୀ ରେ କୃତକାର୍ୟ ହୋଇଥିବା ଓ ବିଭିନ୍ନ ପ୍ରତିଯୋଗିତା ରେ ସଫଳ ହୋଇଥିବା ଛାତ୍ର ଛାତ୍ରୀମାନଙ୍କୁ ସମ୍ମାନିତ କରିଥିଲେ। ଗୁରୁଦିବସ ଅବସର ରେ ଛାତ୍ର ଛାତ୍ରୀମାନେ ମତବ୍ୟକ୍ତ କରିଥିଲେ। ଏହି ଅବସର ରେ ଛାତ୍ର ସଂସଦ ସଭାପତି ଅରୁଣ କୁମାର ପଟେଲ,କୁଚିଣ୍ଡା ମହାବିଦ୍ୟାଳୟ ଓଡିଆ ଅଧ୍ୟାପକ ଗଣନାଥ ନାଏକ,ପରିଚାଳନା ସମିତି ର ପୂର୍ବତନ ସଂସଦ ରାଜେନ୍ଦ୍ର ମହାପାତ୍ର,ପୂର୍ବତନ ଗ୍ରାନ୍ତଗାରିକ ଦେବାନନ୍ଦ ମହାପାତ୍ର,ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ଲିଲିମା କଲୋ,ଚନ୍ଦନିମାଳ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରି କଲ୍ୟାଣୀ ପଟେଲ ଉପସ୍ଥିତ ଥିଲେ । ଶେଷରେ ଶିକ୍ଷା ଡେମୋଷ୍ଟେଟର ପ୍ରତିମା କୁମାରୀ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟ ର ଅଧ୍ୟାପକ ସୁଧୀର କୁମାର ନାଏକ,ଡିଇଓ ସମିନ ରଞନ ନାଏକ,ସେବକ ଜୟଦେବ ରାଉତ ଓ ରଜତ ରାଏ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। #kuchindatvlive #kuchinda #odishanews #sambalpur #odishanews
Kochinda, Sambalpur | Sep 6, 2026