ଶୁଖିବାକୁ ବସିଲା ଧାନ ଖେତ, ନିଜେ କେନାଲ ସଫା କରି ପାଣି ଯୋଗାଇଲେ ଚାଷୀ I
କାଲିମେଳା ବ୍ଲକ ବଦିଲି ଗ୍ରାମପଞ୍ଚାୟତର ଚିତ୍ର। ଅଭାବୀ ବର୍ଷା ଯୋଗୁଁ ଶୁଖିବାକୁ ବସିଛି ଧାନ ଖେତ। ଚାଷୀଙ୍କ ଦୁଃଖ ଓ ସମସ୍ୟା ପ୍ରତି ବିଭାଗୀୟ ସ୍ତରରେ ଆବଶ୍ୟକ ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି।
ଶେଷରେ ନିଜ ଫସଲକୁ ବଞ୍ଚାଇବା ପାଇଁ ଏକତ୍ରିତ ହେଲେ ଚାଷୀ। ନିଜ ଉଦ୍ୟମରେ କେନାଲ ସଫା କରି ଧାନ ଖେତକୁ ପାଣି ଯୋଗାଇବାରେ ଲାଗିପଡ଼ିଛନ୍ତି।